• About
  • Contact
Thursday, January 22, 2026
Thursday, January 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

“ଡ଼ିଟୁ” ପାଇଁ

“ଡ଼ିଟୁ” ପାଇଁ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ମଇ ୨୦୨୫

ସ୍ୱାର୍ଥପର ଦୁନିଆଁରେ କିଏ ବା କାହାର,
ସେ କିନ୍ତୁ ଥିଲା ଆମର ଏକାନ୍ତ ନିଜର।
ନଥିଲା ତା’ସହ କିଛି ସମ୍ପର୍କ ରକ୍ତର,
ତଥାପି ବନ୍ଧନ ଥିଲା ଅପାର ମଧୁର।
ସିଏତ ନଥିଲା ଆମ ଭାଇ, ବିରାଦର,
ତା’ ବିନା ଆମେ ଏଠାରେ ସମସ୍ତେ ଅଧୀର।
ଅସହ୍ୟ ହେଉଛି ବେଦନା ତା’ ବିଚ୍ଛେଦର,
ଯେହେତୁ ସେ ଥିଲା ଆମ ପ୍ରାଣର ସୋଦର ।।୧।।

ପ୍ରାଣ ଭରି ସଭିଙ୍କୁ ସେ ଭଲ ପାଉଥିଲା,
ଅକପଟ ଶରଧାରେ ବାନ୍ଧି ରଖିଥିଲା ।
ଛଳନା ରହିତ ସ୍ନେହ ଝରି ପଡ଼ୁଥିଲା,
ତହିଁରେ ସଭିଙ୍କୁ ସିଏ ଆପଣେଇ ଥିଲା ।
ଘରେ ସମସ୍ତେ ରହିଲେ ଖୁସି ହେଉଥିଲା,
ନାଚି, କୁଦି, ଖେଳି, ଡ଼େଇଁ ମସ୍ତି କରୁଥିଲା।
ଅଭିମାନେ କେବେ ପୁଣି ରୁଷି ଯାଉଥିଲା,
ଆମ ଫେରିବା ବାଟକୁ ଚାହିଁ ରହୁଥିଲା ।।୨।।

ସାଥୀ ଥିଲା ସେ ଆମ ସୁଖ ଆଉ ଦୁଃଖର,
ମମତା ଲଗାଇ ଥିଲା ଚଉଦ ବର୍ଷର।
ମୋ ନାତୁଣୀର ଥିଲା ସେ ଅତି ଆପଣାର,
ଦିନ ସାରା ତା’ ସହିତ ନସରପସର।
କେନ୍ଦ୍ରବିନ୍ଦୁ ଥିଲା ସିଏ ଆମ ଆଦରର,
ତା’ବିନା ଏବେ ଲାଗୁଛି ସବୁତ ଅସାର।
ସିଏତ ଥିଲା ଆମ ଘର ପୋଷା କୁକୁର,
ଶରଧାରେ “ଡିଟୁ” ନାମ ରଖିଥିଲୁ ତା’ର ।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)
Literature

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

by Manas Ranjan Mahapatra
January 20, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁୟାରୀ ୨୦୨୬ ୧୯୭୮ ମସିହା। ମୁଁ ସେତେବେଳେ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି. ଏ. ଫାଷ୍ଟ ଇଅରରେ ପଢୁଥାଏ। ଭଦ୍ରକରୁ...

Read more
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
ଅପରାହ୍ନ

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

January 14, 2026
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.