ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ସେପ୍ଟେମ୍ବର ୨୦୨୫
ସାରା ବିଶ୍ୱ ଆଜି ହେଉଛି ଚକିତ,
ଦେଖି ପ୍ରକୃତିର ତାଣ୍ଡବ ବିତ୍ପାତ।
ପୃଥିବୀ ହେଉଛି କ୍ରମଶଃ ଉତ୍ତପ୍ତ,
ବନ୍ୟା, ବାତ୍ୟା ଆସୁଅଛି ଅନାହୂତ।
ଅମୂଲ୍ୟ ଜଙ୍ଗଲ ସମ୍ପଦ ଲୁଣ୍ଠିତ,
ପରିବେଶ ଆଜି ଧୂଳି ଧୂସରିତ।
ଘଞ୍ଚ ବନଗିରି ହେଉଛି ଲଣ୍ଡିତ,
ଅଳପ ବର୍ଷାରେ ଭୂଖଣ୍ଡ ପ୍ଲାବିତ।
ଜଳ ହୋଇଅଛି ଅତ୍ୟନ୍ତ ବିଷାକ୍ତ,
ବାୟୁ ପୁଣି ଏଠି ଗଭୀର ଦୂଷିତ।
ରାଜନୀତି କ୍ଷେତ୍ର ରକତ ରଞ୍ଜିତ,
ହିଂସା, ଦ୍ୱେଷ, ଈର୍ଷା ତା’ଦେହେ ମଣ୍ଡିତ।
ଐତିହ୍ୟ ଆମର ହେଉଛି ବିସ୍ମୃତ,
ସମୃଦ୍ଧ ସଂସ୍କୃତି ପୁଣି ସଂକ୍ରମିତ।
ସ୍ୱାସ୍ଥ୍ୟସେବା ଚାଲେ ବେପାର ସହିତ,
ଶିକ୍ଷା ପୁଣି ନୈତିକତା ବିବର୍ଜିତ।
ବିଦେଶୀ ପୋଷାକେ ଆମେ ବିଭୂଷିତ,
ଆବାସର ଢାଞ୍ଚା ହେଉଛି ପାଶ୍ଚାତ୍ୟ।
ବିଦେଶୀ ଠାଣିରେ ଆମେ ନିମଜ୍ଜିତ,
ପରମ୍ପରା ପ୍ରତି ମମତା କ୍ୱଚିତ।
ଏଭଳି ଦୁଃସ୍ଥିତି କରୁଛି ବିବ୍ରତ,
ମଣିଷ କେମିତି ରହିବ ଜୀବିତ?