• About
  • Contact
Wednesday, February 18, 2026
Wednesday, February 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏମିତି ହୁଅନ୍ତା କି – ୨

ଏମିତି ହୁଅନ୍ତା କି – ୨
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୯ ସେପ୍ଟେମ୍ବର ୨୦୨୪

ପଳାତକ ସମୟଟା ଫେରନ୍ତା କି ସ୍ମୃତିଟିଏ ହୋଇ।
ଅନ୍ଧାରପୋଛା ଆଲୁଅ ଲେଉଟନ୍ତା ଡେଙ୍ଗୁରା ବଜେଇ।।
ପୁରୁଣା ତାରିଖଗୁଡା କ୍ୟାଲେଣ୍ଡର ପୃଷ୍ଠାକୁ ଫେରନ୍ତା।
ଶେଷକୁ ଲୁଚେଇ ରଖି ଆରମ୍ଭର ବସ୍ତାନି ଖୋଲନ୍ତା।।

ଆକାଶରୁ ଇନ୍ଦ୍ରଧନୁ ପାପୁଲିକୁ ଓହ୍ଲେଇ ଓହ୍ଲେଇ।
ଗୀତ ବି ବଦଳୁଥାନ୍ତା ଗଜଲର କଳେବର ନେଇ।।
ସବୁତକ ନିରବତା ଆଉଥରେ ଗପନ୍ତା ମୋ’ସହ।
ନିରବତା ସୁନ୍ଦର ମୋ ଆଉ ଯମା ସହନ୍ତାନି ଦେହ।।

କ୍ଷତସବୁ ଖେତ ଭରି ଆଉଥରେ ଆଖିକୁ ଦିଶନ୍ତା।
ଅଭାବୀ ପଣତସାରା ଭାବ ତା’ର ଅଙ୍କ କଷୁଥା’ନ୍ତା।।
ସୂଚୀପତ୍ର ଦେହସାରା ଶେଷଅଙ୍କ ଦିଅନ୍ତାନି ଦେଖା।
ସ୍ବପ୍ନ-ଡେଣା ଭେଟନ୍ତାନି ତା’ରାସ୍ତାରେ କେଉଁ ସୀମାରେଖା।।

ପଟେ ଘୁଙ୍ଗୁର ର ମୋହ ମନକୁ ମୋ ଆବୋରି ନିଅନ୍ତା।
ଆଉପଟେ ଠିକଣାରେ ଚିଠିଲେଖି ନିତି ଚିରୁଥାନ୍ତା।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଅସାମାନ୍ଯ ଯୁଧୂଷ୍ଠିର
Literature

ଅସାମାନ୍ଯ ଯୁଧୂଷ୍ଠିର

by ପ୍ରଭୁକଲ୍ୟାଣ ମହାପାତ୍ର
February 18, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୬ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇ ମର୍ଯ୍ୟାଦାଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିବା ଯୁଧୂଷ୍ଠିର ଦାସ ଅନେକ ଦୃଷ୍ଟିରୁ...

Read more
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
ଦେଖିବାକୁ ଇଚ୍ଛା

ଦେଖିବାକୁ ଇଚ୍ଛା

February 10, 2026
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.