ଆଲୋକ କୁମାର ପ୍ରଧାନ, ପୁରୀ, ୯ ସେପ୍ଟେମ୍ବର ୨୦୨୪
ପଳାତକ ସମୟଟା ଫେରନ୍ତା କି ସ୍ମୃତିଟିଏ ହୋଇ।
ଅନ୍ଧାରପୋଛା ଆଲୁଅ ଲେଉଟନ୍ତା ଡେଙ୍ଗୁରା ବଜେଇ।।
ପୁରୁଣା ତାରିଖଗୁଡା କ୍ୟାଲେଣ୍ଡର ପୃଷ୍ଠାକୁ ଫେରନ୍ତା।
ଶେଷକୁ ଲୁଚେଇ ରଖି ଆରମ୍ଭର ବସ୍ତାନି ଖୋଲନ୍ତା।।
ଆକାଶରୁ ଇନ୍ଦ୍ରଧନୁ ପାପୁଲିକୁ ଓହ୍ଲେଇ ଓହ୍ଲେଇ।
ଗୀତ ବି ବଦଳୁଥାନ୍ତା ଗଜଲର କଳେବର ନେଇ।।
ସବୁତକ ନିରବତା ଆଉଥରେ ଗପନ୍ତା ମୋ’ସହ।
ନିରବତା ସୁନ୍ଦର ମୋ ଆଉ ଯମା ସହନ୍ତାନି ଦେହ।।
କ୍ଷତସବୁ ଖେତ ଭରି ଆଉଥରେ ଆଖିକୁ ଦିଶନ୍ତା।
ଅଭାବୀ ପଣତସାରା ଭାବ ତା’ର ଅଙ୍କ କଷୁଥା’ନ୍ତା।।
ସୂଚୀପତ୍ର ଦେହସାରା ଶେଷଅଙ୍କ ଦିଅନ୍ତାନି ଦେଖା।
ସ୍ବପ୍ନ-ଡେଣା ଭେଟନ୍ତାନି ତା’ରାସ୍ତାରେ କେଉଁ ସୀମାରେଖା।।
ପଟେ ଘୁଙ୍ଗୁର ର ମୋହ ମନକୁ ମୋ ଆବୋରି ନିଅନ୍ତା।
ଆଉପଟେ ଠିକଣାରେ ଚିଠିଲେଖି ନିତି ଚିରୁଥାନ୍ତା।।