ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଅକ୍ଟୋବର ୨୦୨୪
ଜହ୍ନକୁ ମାଗିଲେ ପୋଷେ ପିୟୁଷ ଏ ପରାଣ ପାଇଁ
ଜହ୍ନ ହସିଦେଇ କହନ୍ତା ମୋ ପାଖେ ସମୟ ନାହିଁ
ଜହ୍ନବଗିଚାରୁ ତୋଳି ନିଅ ଯାହା ଇଚ୍ଛା ତୁମର
କହନ୍ତା ପଚାରି ସମୟ କିମ୍ପାଇଁ କରୁଛ ଜୁର
ଜୁର ସମୟକୁ ଜୋର୍ କରି କିଆଁ କରିଛ ଜାରି
ସମୟ ସାଙ୍ଗରେ ସମ୍ପର୍କଟା କାଇଁ ସାଜେ ଭଗାରି
ସବୁ ନିଅ ବୋଲି କହିଦେଲେ କ’ଣ ନେଇକି ହୁଏ
ଟେକା ଦରବରେ ଟୋକ ଦେବା କଥା ଅନେକ ଥାଏ
ସେମିତି ନହୋଇ ଏମିତି ହୁଅନ୍ତା ସଭିଙ୍କ ଇଛା
କା’ଇଛାରେ କ’ଣ ଆଗେଇ ହୁଏ କି ଥିଲେ ଶତେଛା
ଇପ୍ସିତ ଇଛାଙ୍କ ମେଳରେ ସମୟ ପଡ଼େନି ଜଣା
କିଛି ମିଳିଗଲେ ଲାଗିଯାଏ କାଇଁ ମନରେ ଡେଣା?
ଇପ୍ସିତ ମଣିଷ ଆକାଂକ୍ଷିତ ଜହ୍ନ ଫଗୁଣ ପରି
ଦଖିଣା ପବନ ଝୁରାଫଗୁ ସାଥେ ପଡ଼ନ୍ତା ଝରି।।