ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ଅକ୍ଟୋବର ୨୦୨୪
ସବୁ ସରାଗକୁ ସରଗ ମଣି ମୁଁ ଚାଲନ୍ତି କି ଆଗେଆଗେ
ବାଟ-ଅବାଟକୁ ବାଟଟିଏ ଭାବି ଚାଲୁଥା’ନ୍ତି ସେହି ଦମ୍ଭେ
ଯେଉଁ ଦମ୍ଭ କେବେ ନିଅଣ୍ଟଢେଉରେ ଅଣ୍ଟେ ଆଣ୍ଟ ହୋଇ ଥିଲା
ଆଖିକୁ ଦିହୁଡି ଆଶାକୁ ଲଉଡି ମୂନେ ମନ ଖୋଜୁଥିଲା
ଭୋଗିଲା ଦିନର ଗାଁ ତଳେତଳେ ନଭୋଗିଲା ସୁଖ ପାଇଁ
ଜଗିବସନ୍ତିନି ବାଟରେ ଘାଟରେ ଅମାନିଆ ମନ ନେଇ
ଆଖିଦୁଆତରେ ଅପେକ୍ଷାର ସ୍ଯାହୀ ସରିବ ସରିବ ହୋଇ
ଚମକୁ ଥାଆନ୍ତା ଥରକୁ ଥର ସେ ଇଡି ନଯିବାର ପାଇଁ
ପାଇଲା ନଜର ନପାଇଲା ପରି ଜଭର ହୁଅନ୍ତା ଭାରି
ଦେଖିଲା ଆଖିରେ ନଦେଖିଲା ପୂଣ୍ୟ ପାପକୁ ମିତଣୀ କରି
ପାଖରେ ଥାଆନ୍ତା ଦୁରବନ୍ଧୁ ପରି ସାଉଁଳି ଦିଅନ୍ତା ମଥା
ଦିନ ସରୁଥାନ୍ତା ରାତି ପାହିଯାନ୍ତା ନ ସରନ୍ତା କିଛି କଥା
ସତରେ ଏମିତି ହୁଅନ୍ତା କି ହେଲେ ଲୋଡନ୍ତିନି ଆଉ କିଛି
ସବୁ ଅପ୍ରାପ୍ତିର ଦୋଷଗୁଡା କାଇଁ ମୁଣ୍ଡାନ୍ତି ମୁଁ ବାଛି ବାଛି।।