ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ଅକ୍ଟୋବର ୨୦୨୪
ହସ ସବୁ ହସ ହୋଇ ଓଠତଳେ ଅନୁକୂଳ ନେଇ
ଲେଉଟ ସମୟ ପାଇଁ ବାଟ କିଛି ରଖନ୍ତା ବଳେଇ
ବଦଳକଥାକୁ ମନ ନଦେଇକି ଏକ ମୁହାଁ ହୋଇ
ଚାଲୁଚାଲୁ ଶୋଇଯାନ୍ତା ମୋ କାନ୍ଧରେ ଆସ୍ତେକି ଘୁମେଈ
ଲୁହ ସବୁ ଲୁହ ପରି ଲାଗନ୍ତାନି ଜମାରୁ ନିଜର
ତା ସାଙ୍ଗେ ନିଅନ୍ତା ଧୋଇ ସବୁ ଦୁଃଖ ମନରୁ ମୋହର
ଲୋଡ଼ିବାପଣର ସାକ୍ଷୀ ହରେଇବା ସୀମାନ୍ତରେ ରହି
ଲୁହବୁନ୍ଦେ ହସବୁନ୍ଦେ ଚାଲନ୍ତେନି ଆଉ ସାଥୀ ହୋଇ
ଆକାଶର ହସ ସବୁ ସଞ୍ଜ ରଙ୍ଗେ ସକାଳକୁ ଦେଖି
ପୁରୁଣା ସ୍ମୃତିଗଭାରେ କିଛି ନୂଆ ସକାଳକୁ ଲେଖି
ସେମିତି ହଜାଉଥାନ୍ତେ କାକରରୁ କାଳି ହେବା ବାଟ
କିଛି ଚଲାବାଟ ପରି ପାଦକୁ ମୋ କରନ୍ତେ ଆକଟ
ସତରେ ଏମିତି ଯଦି ହୁଅନ୍ତା କି ମୋ ମନ ସୀମାରେ
ଯେଉଁଠି ଏକେଲା ବସି ଆଜି କାଇଁ ଅତୀତକୁ ଝୁରେ।।