• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏମିତି ହୁଅନ୍ତା କି – ୮

ଏମିତି ହୁଅନ୍ତା କି – ୮
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୪ ନଭେମ୍ବର ୨୦୨୪

ଏମିତି ଅତୀତ ମୁଠେ ମୋତେ ଖାଲି ଭେଟିରେ ମିଳନ୍ତା
ଭେଟନ୍ତି ମୁଁ ସେଦିନକୁ ଦୋଦୋଚିହ୍ନା ଜମା ନଲାଗନ୍ତା
ଯେଉଁଠୁ ଆସିଛି ଫେରି ଫେରନ୍ତି କି ଫେରନ୍ତା ବାଟରେ
ଆଉଜେଇ ନିଅନ୍ତା କେ ହସହସ ମୁକୁଳା ବାହୁରେ

କିଛି କଥା କା ଓଠରେ ଆଗ ପରି ଲାଗନ୍ତା କି ମିଠା
କିଛି ବ୍ଯଥା ବଥା ହୋଇ କରନ୍ତାକି ପୁଣି ହଟହଟା
ଗଡ଼ିଲା ସମୟ ଦେହେ ଚିହ୍ନଟିଏ ହୋଇ ଯାହାଥିଲା
ଚିହ୍ନେଇ ଦିଅନ୍ତା ମୋତେ ଆଉ ଯାହା ଅଚିହ୍ନା ହିଁ ଥିଲା

ବାଧ୍ୟ ଶିଶୁଟିଏ ପରି ତା ସାଙ୍ଗରେ ସମୟ ବାଣ୍ଟନ୍ତି
ବୁଝିବା ଆଗରୁ ଜାଣି ଟିକେଟିକେ ଅବୁଝା ହୁଅନ୍ତି
ମୋ ଅବୁଝା ମନତଳେ ବୁଝିବାର ଝୁଙ୍କଟିଏ ହୋଇ
ଝୁଙ୍କ ପାଖେ ଝୁଣ୍ଟନ୍ତି କି ସେ ଦିନର ଛାଇକୁ ଅନେଇ

ଏମିତି ହୁଅନ୍ତା ସତେ ସତ ସବୁ ମିଛର ମୁଖାରେ
ବଦଳନ୍ତା ବଦଳାନ୍ତା ସମୟର ଘୁରନ୍ତା ଚକରେ।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.