ଆଲୋକ କୁମାର ପ୍ରଧାନ, ପୁରୀ, ୪ ନଭେମ୍ବର ୨୦୨୪
ଏମିତି ଅତୀତ ମୁଠେ ମୋତେ ଖାଲି ଭେଟିରେ ମିଳନ୍ତା
ଭେଟନ୍ତି ମୁଁ ସେଦିନକୁ ଦୋଦୋଚିହ୍ନା ଜମା ନଲାଗନ୍ତା
ଯେଉଁଠୁ ଆସିଛି ଫେରି ଫେରନ୍ତି କି ଫେରନ୍ତା ବାଟରେ
ଆଉଜେଇ ନିଅନ୍ତା କେ ହସହସ ମୁକୁଳା ବାହୁରେ
କିଛି କଥା କା ଓଠରେ ଆଗ ପରି ଲାଗନ୍ତା କି ମିଠା
କିଛି ବ୍ଯଥା ବଥା ହୋଇ କରନ୍ତାକି ପୁଣି ହଟହଟା
ଗଡ଼ିଲା ସମୟ ଦେହେ ଚିହ୍ନଟିଏ ହୋଇ ଯାହାଥିଲା
ଚିହ୍ନେଇ ଦିଅନ୍ତା ମୋତେ ଆଉ ଯାହା ଅଚିହ୍ନା ହିଁ ଥିଲା
ବାଧ୍ୟ ଶିଶୁଟିଏ ପରି ତା ସାଙ୍ଗରେ ସମୟ ବାଣ୍ଟନ୍ତି
ବୁଝିବା ଆଗରୁ ଜାଣି ଟିକେଟିକେ ଅବୁଝା ହୁଅନ୍ତି
ମୋ ଅବୁଝା ମନତଳେ ବୁଝିବାର ଝୁଙ୍କଟିଏ ହୋଇ
ଝୁଙ୍କ ପାଖେ ଝୁଣ୍ଟନ୍ତି କି ସେ ଦିନର ଛାଇକୁ ଅନେଇ
ଏମିତି ହୁଅନ୍ତା ସତେ ସତ ସବୁ ମିଛର ମୁଖାରେ
ବଦଳନ୍ତା ବଦଳାନ୍ତା ସମୟର ଘୁରନ୍ତା ଚକରେ।।