ଆଲୋକ କୁମାର ପ୍ରଧାନ, ପୁରୀ, ୧୧ ନଭେମ୍ବର ୨୦୨୪
ଆଉ କିଛି କଥା ନ କହି ନ କହି କହି ହୁଅନ୍ତା କି ଆଖିରେ
ଆଉ କିଛି କଥା ନ ବୁଝି ନ ବୁଝି ବୁଝି ହୁଅନ୍ତା କି ଓଠରେ
କିଛି କିଛି କହି ସବୁକିଛି ପାଇଁ ଯାଗା ଥାଅନ୍ତା କି ମନରେ
ସବୁ ସରାଗର ସଢେଇ ଖେଳରେ କିଛି ବଦଳନ୍ତା ସ୍ମୃତିରେ
କିଛି ସ୍ମୃତି ହୋଇ ଅତୀତ ଗାଆଁରୁ ଚିଠିଟିଏ ହୋଇ ଫେରନ୍ତା
ଭୁଲ୍ ଠିକଣାରେ ସମୟ ଗଡ଼େଇ ଠିକ୍ ଠିକଣାରେ ଲାଗନ୍ତା
ଫେରିଲା ବାଟରେ ଫେରନ୍ତାଚିଠିର ଚଉଠ ଦେହର ବାସରେ
ଅନ୍ୟମନସ୍କ ମୁଁ ହୁଅନ୍ତି କି ଥରେ ସେ ଚିଠିକୁ ଧରି ହାତରେ
କାହାକୁ ନ କହି ମନକୁମନ ମୁଁ ଗପଟିଏ ପରି ଲମ୍ବନ୍ତି
ନ ଦେଖିଲା ପରି ନଜର ଉହାଡେ ଚଟ୍ କରି ହସିଦିଅନ୍ତି
କାହିଁକି ହସିଲି କା’ପାଇଁ ହସିଲି ମୋ ପାଇଁ ଅବୁଝା ହୁଅନ୍ତା
ଗାଳି ମିଳନ୍ତା କି ତାଳି କି ମିଳନ୍ତା ସେଥିକୁ ନଜର ନଥାନ୍ତା
ସବୁ ବର୍ତ୍ତମାନ ବନ୍ଧନୁ ମୁକୁଳି ମୁକୁଳା ଆଖିରେ ଦେଖନ୍ତି
ସତରେ ଏମିତି ହୁଅନ୍ତା ଥରେ ମନଖୋଲି ଥରେ ହସନ୍ତି ।।