• About
  • Contact
Wednesday, December 10, 2025
Wednesday, December 10, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏତେ ବଡ ଏଇ ବିଶ୍ୱ ଗଢିଦେଲା କିଏ ?

ଏତେ ବଡ ଏଇ ବିଶ୍ୱ ଗଢିଦେଲା କିଏ ?
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୦୩ ସେପ୍ଟେମ୍ବର ୨୦୨୨

ଏତେ ବଡ ଏଇ ବିଶ୍ୱ ଗଢ଼ିଦେଲା କିଏ
କେଉଁ କାରିଗର କେଉଁ ତୁଳୀ ଧରି ହାତେ ।
ପ୍ରାକୃତିକ ଶୋଭା ବିମୋହିତ କରିଦିଏ
ସେଇ କାରିଗର ଚରଣରେ ମଥା ପାତେ ।।

ସଞ୍ଜ ଆସିଲେ ଆକାଶରେ ତାରା କୋଟି
କେଡେ ଶୋଭା ପାଏ ଉପରକୁ ଦେଲେ ଚାହିଁ ।
ଆକାଶରେ କଳା ବାଦଲ ଆସିଲେ ଘୋଟି
ପୃଥୀ ଶାନ୍ତ ହୁଏ ବରଷା ଟୋପାଏ ପାଇଁ ।।

ଠାଏ ଠାଏ ଠିଆ ଗିରି ପର୍ବତ ମାଳା
ଭାରି ଭଲ ଲାଗେ ଦେଖିଦେଲେ ତାକୁ ଦୂରୁ ।
ସତେକି ସେସବୁ ପ୍ରକୃତିର ମୁଖଶାଳା
ମଳୟ ପବନ ବାସ୍ନା ଆସେ ଭୁରୁ ଭୁରୁ ।।

ପୂରୁବ ଆକାଶେ ସାତ ରଙ୍ଗେ ଇନ୍ଦ୍ରଧନୁ
ଦେଖିଦେଲେ ସତେ ବିଭୋର ନ ହୁଏ କିଏ ।
ଯେତେ ଦେଖିଲେବି ଲିଭେ ନାହିଁ ଆମ ମନୁ
ଭାବେ ବସି କିଏ ଗଢିଲା ବିନ୍ଧାଣି ଟିଏ ।।

ପାହାଡ଼ ଦେହରୁ ଆସିଲା କେଉଁଠୁ ପାଣି
ସେହି ପାଣି ସବୁ ଝରଣା ହୋଇକି ବହେ ।
କୁଳୁକୁଳୁ ସୂରେ ଦେଖାଇ ଅପୂର୍ବ ଠାଣି
ପ୍ରକୃତି ମାତାର ମହନୀୟ କଥା କହେ ।।

ପ୍ରତି ସକାଳରୁ ଅନ୍ଧାରକୁ ଦେଇ ଠେଲି
ପୂରୁବ ଦିଗରୁ ସୂରୁଜ ଆସନ୍ତି ଉଇଁ ।
ସାଥେ ଆଣିଥିବା ଆଲୁଅକୁ ଦେଇ ମେଲି
ଜଗତଜନଙ୍କ ହୃଦୟକୁ ଯା’ନ୍ତି ଛୁଇଁ ।।

ଆଖି ପାଏ ନାହିଁ ସାଗରକୁ ଦେଲେ ଦେଖି
କେଡେ ଗରଜନେ ବେଳାଭୂମେ ପିଟେ ମଥା ।
ଗଭୀରତା ତା’ର ମାପିକେ ରଖିନି ଲେଖି
ଭାବୁଛି ସତରେ ଆମ ପାଇଁ କେଡେ କଥା ।।

ଧୂସର ମାଟିକୁ ଖୋଳି ଖୋଳି ଚଷା ପୁଅ
ସେ ମାଟି କୋଳରୁ ଫସଲାଏ ଫୁଲ ଫଳ ।
ମାଟି ପରି ଆଉ ସହନଶୀଳ କେ କୁହ
ପ୍ରକୃତି ମାତାର ସବୁଠାରୁ ସିଏ ବଳ ।।

ପକ୍ଷୀ କାକାଳୀର କଳରବ ସୂରେ କିଏ
ଏମିତି କେ ଅଛି ହଜି ଯାଇନାହିଁ ଥରେ ।
ଆକାଶର ଉଡା ପକ୍ଷୀ ଦଳ ଦୃଶ୍ୟ ଯିଏ
ଦେଖିଦେଇଛି ତା ମନଟି ଆନନ୍ଦ ଭରେ ।।

ଅଙ୍କା ବଙ୍କା ହୋଇ କାହିଁ କେତେ ଦୂରୁ ନଈ
ଆସି ଧାଇଁ ଯାଏ ଦେଖାଇ ତାହାର ଠାଣି ।
ସଞ୍ଜ ସକାଳର ଶୋଭା ତା’ ପାରୁନି କହି
ଏକଥାକୁ ଆମେ ସଭିଏଁ ଅଛୁରେ ଜାଣି ।।

ପ୍ରକୃତି ରାଣୀକୁ ସୌନ୍ଦର୍ଯ୍ୟ ଭରା କରି
ଗଢ଼ିଦେଲା ବିହି କେତେଯେ ଆନନ୍ଦ ଭରେ ।
ତାଙ୍କ ପାଇଁ ହୃଦୁ ଆସୁଛି ମମତା ଝରି
ମାନବ ଜାତିର ପାଖେ ଯିଏ କରେ କରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

କିଛି କଥା -୪
Literature

କିଛି କଥା -୪

by ପ୍ରଭୁକଲ୍ୟାଣ ମହାପାତ୍ର
December 9, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଡିସେମ୍ବର ୨୦୨୫ କିଛି କଥା ସହଜରେ ଭୁଲି ହୋଇଯାଏ ଆଉକିଛି ଅହରହ ମନେ ରହିଥାଏ, ପ୍ରଣୟ କଥା ପରାଣେ ପୂଲକ ଜଗାଏ...

Read more
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.