ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ଫେବୃଆରୀ ୨୦୨୩
ତୁମ ସହରର ମହୁଲୀ ନିଶାରେ ମୋ ଗାଁ ନିଇତି ମରେ।
ନିତି ମରେ ସିନା ଦଣ୍ଡେ ନିମିଷେ କି ସହରକୁ ଭୁଲିପାରେ।
ଯେଉଁଠି ଏ ହାତୁ ସେ ହାତ ହୋଇ କି ମାରଇ ଶେଷ ନିଃଶ୍ୱାସ।
ମଉକାରେ ଛକା ସହରୀ ଭାଷାରେ ଗାଁ ଭାଷାରେ ବିଶ୍ବାସ।
ଗାଁ ରେ ବିଶ୍ବାସ ଗାଁ ଗୋହିରୀରେ ନସରପସର ହୁଏ।
ଗାଈଆଳ ଟୋକା ଟିକି ବଂଇଶୀ ରେ ଟିକକରେ ଧରା ଦିଏ।
କେବେ ବସି ମିତ କେବେ ବା ସଙ୍ଗାତ ଅଜ୍ଞାତବାସେ ଯାଏ।
ଅପରିଚିତ ର ପରିଚୟ ନେଇ ଅନ୍ଧାର ଗୋଟଉ ଥାଏ।
ସହରୀ ପଣର ଘାଇ ମୁହଁରେ ମୋ ଗାଁ ଛିଡ଼ା ଘାସ ବୁଦେ।
ବରାଦୀ ଜୀବନ ବଉଦରେ ଗାଁ ରଫୁକରା ମେଘ ବୁନ୍ଦେ।
ମୁନ୍ଦେ ତୋରାଣି ର ତୋରା ତୂଣୀରରେ ତେରେଛା ବାଣ ମୋ ଗାଁ।
ହାତ ଟେକିଦେଲେ ଅବିଶ୍ବାସ ମେଳେ ମାଳେ ବିଶ୍ବାସ ତା ନାଁ।
ମୋ ଗାଁ କୁ କେବେ ଆଙ୍କନି ସହରୀ ଶିରିତୁଟା ସରାଗରେ।
ମୋ ଗାଁଉଲୀପଣ ଚିରକାଳ ବନ୍ଦୀ ମମତାର ପ୍ରୀତି ସୁରେ।