• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗଙ୍ଗଶିଉଳୀ

ଗଙ୍ଗଶିଉଳୀ
Share on FacebookShare on Xshare on Whatsappshare on Linkedin
ମହନ୍ତ ରାମକୃଷ୍ଣ ଦାଶ, ସାଲେପୁର, ୧୧ ଡିସେମ୍ବର ୨୦୨୪

ଶଙ୍ଖଶୁଭ୍ର ଦେହେ ମାଖି ତୁ ନାରଙ୍ଗୀ
ଦେଖୁଥିଲୁ ଉଷା ସପନ,
ପ୍ରେମ ପିଆଲା ରେ ସୁରଭି କୁ ଭରି
କହିଦେବୁ କଥା ଗୋପନ ।୧।

ଧବଳ କୋମଳ ତନୁ ବହ୍ଲରୀ ରେ
ଟୋପି ଟୋପି ଛିଞ୍ଚି ନିହାର,
ସୁଗନ୍ଧ ଅତର ଢାଳି ହୋଇ ଅବା
ପ୍ରତୀକ୍ଷା କରିଛୁ କାହାର ।୨।

କେଉଁ ପାପ ପାଇଁ ଅଭିଶପ୍ତା ହେଲୁ
ଅଧା ରହିଗଲା ଗଳପ,
ଅରୁଣ ଉଦୟ ଆଗରୁ ଝରିଲୁ
ବରିନେଲୁ ମାଟି ତଳପ ।୩।

ରାତିକ ପାଇଁ କି ଆୟୁଷ ପାଇ ତୁ
ସୁବାସ ଦେଉଛୁ ବିତରି,
ଗଙ୍ଗଶିଉଳୀ ଲୋ ଆୟୁଷେ କି ଲାଭ
ନଥିଲେ ସୁରଭି ତୋ ପରି ।୪।

ଅଶିଣ ର ରାତି ଉଠଇ ଚହଟି
ମିଠା ବାସ ମନ ହରଇ,
ଗୁଣ ଥିଲେ ହେଉ ଅଳ୍ପାୟୁଷ, କ୍ଷୁଦ୍ର
ଆଦର ସବୁଠି ମିଳଇ ।୫।

ଟିକି ଫୁଲ ଟିଏ ହୋଇ ଲୋ ଶେଫାଳୀ
ଜଗତ କୁ ଦାନ ମହାନ,
ରାତିକ ଆୟୁଷ ଵ୍ୟର୍ଥ ନୁହେଁ ତୋର
ସୁବାସେ ସାର୍ଥକ ଜୀବନ ।୬।

ମହନ୍ତ ରାମକୃଷ୍ଣ ଦାଶ

ମହନ୍ତ ରାମକୃଷ୍ଣ ଦାଶ

ମହନ୍ତ ରାମକୃଷ୍ଣ ଦାଶ, ଭିଡ଼ ଭିତରେ ବାରି ହୋଇ ପଡୁଥିବା ନିଆରା ସ୍ରଷ୍ଟା ଜଣେ। ସୃଜନଶୀଳତା ଓ ଚରିତ୍ରଚୟନ ରେ ସେ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର। ସେ କହୁଥିବା କଥା ସବୁ ମାଟିର କଥା; ସେ ଭେଟିଥିବା ଚରିତ୍ର ସବୁ ମାଟିର ଚରିତ୍ର।
ମୋବାଇଲ ନମ୍ବର ୮୮୯୫୧୬୩୧୮୭

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.