• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଁ ଘର

ଗାଁ ଘର
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୯ ଡିସେମ୍ବର ୨୦୨୨

ଏବେ ଗାଁ କଥା ଭାରି ମନେପଡ଼େ।

ମନେ ପଡ଼ିଲେଇ ଦିଶିଯାଏ
ପୁରୁଣା ପଥର ପାହାଚ
ଗୋଟେ ଅଧାଭଙ୍ଗା ପିଣ୍ଡା
ମାଟି କାନ୍ଥର ଗୋଟେ ଦର ଆଉଜା ଘର

ଜେଜ କହୁଥିଲେ ସେ ଘର
ତାଙ୍କ ଜେଜେ ଅମଳର
ଜେଜେ ମରିବା ହେଲାଣି ତିରିଶି ବର୍ଷ
ହିସାବ ଲଗେଇଲେ ସେଘର ହବ ବୋଧେ
ଦୁଇଶ’ ବର୍ଷର !

ଏତେଦିନ କେମିତି ଥାଏ ଘରଟେ !
ନଇଁପଡ଼ୁଥାଏ ଓରା
ଲଟକିଥାନ୍ତି ଶେଣୀ ସବୁ
ଓହଳା ଚାଳକୁ
ଆଉଜା କାନ୍ଥ
ତଥାପି ଥାଏ ଘର
ମାଟିଲିପା ଚଟାଣ ଦେବାଲ
କଉଡ଼ିପୋତା ଷଠିଘର
ଧାନଶୀସା ଝୋଟି
ଲକ୍ଷ୍ମୀପାଦ
ପୋଲାଙ୍ଗ ତେଲର ମିଞ୍ଜି ମିଞ୍ଜି ଦୀପ
ଆଲୁଅରେ ଯୋଡାଯୋଡି
ଜୀବନର ଛନ୍ଦ !

ପାଦଦେଲେ ସେ ଘରେ
ମହମହ ବାସେ ବିଚିଅପା ସାରୁ କଖାରୁ ଘାଣ୍ଟ
ସୋରିଷ ବଟାକୁ ଦି’ଫଡ଼ା ଓଉର ସୁଆଦ
“ଖାଉନୁ ଆଉଟିକେ
ସହରରେ କୋଉଠୁ ପାଉଚୁ ଯେ
ଏ ଦରବ”!

ବିଚିଅପା ଆଲୁରୀ
ଜାଣି ପାରେନି –
ସହରରେ ମିଳେ ସବୁ ଦରବ
ମିଳେନି ତା’ର ନିରୀହପଣ
ମିଳେନି କଜିଆ ପରେ ପରେ
ସାନମାଆର କୋଳାକୋଳି ଭାବ !

ପୁରୁଣା ଘର!
କେତେବେଳେ ଭୁଶୁଡ଼ି ପଡ଼ିବ ବୋଲି
ଭାଇ ଭାଙ୍ଗିଦେଲା ସେ ଘର
ଠିଆକଲା ନୂଆ କୋଠା
ନିଅ ଖୋଳା ଇଟାଗଢା ଛାତପକାର
ଦୁମ୍ ଦାମ୍ ଦୁର୍ ଭୁଷରେ
ମିଳେଇ ସାରିଥିଲା
ଦୁଇଶ’ ବର୍ଷର ଗୋଟେ
ଘରର ସ୍ଵର !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଭାଇଚାରା ର ରଙ୍ଗ
Literature

ଭାଇଚାରା ର ରଙ୍ଗ

by ଦେବେନ୍ଦ୍ର କୁମାର ସାହୁ
March 4, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୪ ମାର୍ଚ୍ଚ ୨୦୨୬ ସ୍ନେହରେ ପ୍ରେମରେ ଜୀବନ ଭିଜିଲେ କଷ୍ଟ ଦିଏ ନାହିଁ ଭବ ବନ୍ଧନ ମନିଷୀ ଚିନ୍ତକ ସେଥିପାଇଁ ସିନା...

Read more
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.