ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଡିସେମ୍ବର ୨୦୨୨
ଜିଜ୍ଞାସା ଆକାଂକ୍ଷା ପଢିବା ଅଭ୍ୟାସ ପାଇଁ,
ମଣିଷ ଲଭଇ ଜ୍ଞାନ ଜ୍ଞାନୀ ରେ ଗଣା ହୁଅଇ.
ଜ୍ଞାନ ଯୋଗୁଁ ସେହି ମଣିଷ ଆଦୃତ ହୋଇଥାଏ,
ତେଣୁ ସେ ଭାବଇ ଏହି ଦୁନିଆଁ ରେ ତା’ପରି ଜ୍ଞାନୀ କିଏ.
କିଛି ଲୋକ କିଛି ସମୟ ପାଇଁକି ସମ୍ମାନ ଦିଅନ୍ତି ତାକୁ,
ଆସନ୍ତି ବି କିଛି ଲୋକ ତା’ର ପାଶେ ଜ୍ଞାନ କିଛି ଲଭିବାକୁ.
ଅହଂକାର ଲୋଭ ଯଦି ସେ ଲୋକର ମନ ମଧ୍ୟେ ରହିଥାଏ,
ସବୁଦିନ ପାଇଁ ସେ ଲୋକର ଜ୍ଞାନ ପାଖକୁ କି ଟାଣି ନିଏ?
ତା ପାଶକୁ ଯାଇ ତାହାର ଜ୍ଞାନ କୁ ଗ୍ରହଣ ନ କରେ କେହି,
ନିଜ ଜ୍ଞାନ ଧରି ସେ ଜ୍ଞାନୀ ଲୋକଟା ସ୍ୱଗତୋକ୍ତି କରିଥାଇ.
ତେଣୁ:
ଜ୍ଞାନୀ ଲୋକ ଜ୍ଞାନ ସଫଳତା ଲଭେ ହୋଇଥିଲେ ଦୟାବନ୍ତ,
ମୃତ୍ୟୁ ପରେ ତା’ର ଦୟାଳୁ ସ୍ଵଭାଵ ଯୋଗୁଁ ସେ ହୁଏ ପୂଜିତ.
ଜ୍ଞାନୀ ଲୋକ ଯଦି ବିନୟୀ ହୋଇଣ ଆଚରଣ କରିଥାଏ,
ତା’ର ଜ୍ଞାନ ପାଇଁ ସବୁଦିନ ସିଏ ଦୁନିଆରେ ପୂଜା ପାଏ.