ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୩
ହଳଦୀ ବସନ୍ତ ଅଳସ ଲଗନେ
ରହି ରହି ଡାକ ଦିଏ
କବି ଜୀବନର ମଧୁଝରା ଗାନ
ସତେ କି ସେ ଗାଉଥାଏ ।।
ପ୍ରୀତି ଝରା ସେଇ ଗାନର ଭିତରେ
ବରଷେ ପ୍ରୀତିର ଫୁଲ
ମଧୁଝରା ସେଇ ଗଜଲ ସହିତ
ମୁକୁତା ହେବ କି ତୁଲ
କବି ଜୀବନର ଏକ ଆଲୋଡ଼ନ
ହୃଦୟକୁ ଛୁଇଁଯାଏ ।।
ହଳଦୀ ବସନ୍ତ ଉଡ଼ି ଆସିଅଛି
କେଉଁ ଦୂର ବନାନୀରୁ
କବିର ଲେଖନୀ ଚଞ୍ଚଳ ହେବ
ମହକିବ ତୀର ତରୁ ।।
ମଳୟ କି ସତେ ଛପି ଛପି ଆସି
ଲୁଚକାଳି ଖେଳୁଥାଏ
ହଳଦୀ ବସନ୍ତ ଅଳସ ଲଗନେ
ରହି ରହି ଡାକ ଦିଏ ।।