ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୫
ନିଜକୁ ପଚାରେ ମୁହିଁ
ତୁମ ଜୟଗାନ କରିବା ପାଇଁକି
ଯୋଗ୍ୟ ହୋଇଛି କି ନାହିଁ।
ତୁମେ ସଚ୍ଚା ଦେଶପ୍ରେମୀ
କବିତା ଲେଖାରେ ସୀମିତ ନ ରହି
ହୋଇଛ ଅହିଂସା ଗାମୀ।
ରହିନ ଖାଲି କଥାରେ
ଆପଣା ଜୀବନ କରିଛ ଉତ୍ସର୍ଗ
ଦେଶ ଉନ୍ନତି ପଥରେ।
ସ୍ଥାପି ବନ ବିଦ୍ୟାଳୟ
ନିଜ ଆଦର୍ଶର ଛାତ୍ର ସୃଷ୍ଟି ପାଇଁ
ଥିଲା ତୁମ ଦୃଢ଼ ଲୟ।
ରାଇଜ ଦୁଃଖେ ନିଜକୁ
କାୟ ମନ ବାକ୍ୟେ ମିଶାଇ ଦେଇଛ
ରଖିଣ ସ୍ୱାର୍ଥ ପଛକୁ।
ତୁମ ଲେଖନୀ ମୁନରେ
ଏ ଜାତି ଗୌରବ ରୂପ ନେଇଥିଲା
ଅସ୍ମିତା ଜାଗେ ହୃଦରେ।
ଶାସକ ଶାସିତ କଥା
ତୁମ ପ୍ରକାଶିତ “ସମାଜ” ପୃଷ୍ଠାରେ
ଦେଲ ନିରପେକ୍ଷ ବାର୍ତ୍ତା।
ମୁଁ ଦେଖୁଛି ମୋ ଠାରେ
ତୁମର ଗୁଣରୁ କିସ ଆହାରିଛି
ମୋ କଥା ମୋର କର୍ମରେ।