• About
  • Contact
Saturday, December 6, 2025
Saturday, December 6, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ହିଡ଼

ହିଡ଼
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୪ ସେପ୍ଟେମ୍ବର ୨୦୨୩

ଯା’ ପିଠିରେ ଲାଉ ହୋଇ ସୁଖ ଫେରେ ଦୁଃଖ ଆଢୁଆଳୁ
ଅଡ଼ୁଆ ସୁତାର ଗଣ୍ଠି ଫିଟିଯାଏ ସାଉଁଳୁ ସାଉଁଳୁ ।
ଯା’ ଦେହ ଦେହରେ ବାପା ଲେଖୁଥାନ୍ତି ଖିଆଲରୁ କିଛି
କତି କରି ଲଦୁଥାନ୍ତି ଯେ’ସୀମାରୁ ଅବାଟେ ଚାଲିଛି।

ପେଟେ ଭୋକ ମୁହେଁ ଲାଜ ଥାଉ କହି ଦୋସୁମାଳୀ ହୁଏ
ଘଳିଆ ପେଟରେ ରଖି ଉପରକୁ ଟାଣେ ଚାହୁଁ ଥାଏ ।
ସୀମାନ୍ତରେ ଭିଜୁ ଥାଏ କିଛିବାଟ ମୋ ବାପାଙ୍କ ପରି
ଅଭାବ ଏପାଖେ ରଖି ଆରପାଖ ଭାବରେ ବତୁରି ।

ଦି ପାଖରୁ ଛିଡ଼ୁଥାଏ ବଢୁଥାଏ ଅଣଦେଖା ଦେହେ
ମନ ଊଣା ନ କରିବି ମରଣକୁ ନିତିଦିନ ସହେ ।
ଦି ସୀମାକୁ ଛୁଉଁ ଥାଏ ଅଛୁଆଁ ସେ ତା’ ଚଉହଦୀରେ
ବିଶ୍ବାସ ର ମଞ୍ଜ ହୋଇ ଅବିଶ୍ବାସ ବୋଳେ ତା ଦେହରେ।

ହିଡ଼ ଟିଏ ହାଡ଼େ ହାଡ଼େ ଭୋଗୁଥାଏ ତା’ନୀରବତାକୁ
ବାଟ ହୁଏ ବାଣ୍ଟି ହୁଏ ଜଗିବସି ତା’ଦୁଇ ସୀମାକୁ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.