ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୦ ଜାନୁଆରୀ ୨୦୨୪
ହୋ ଭକତେ
ଅର୍ପଣ ରଥ ଗଡୁଛି
ଭକତ ମାନଙ୍କୁ ଆଶୀଷ ସେ ବାଣ୍ଟି
ଭାବେ ସର୍ବେ ବାନ୍ଧୁଅଛି.
ହୋ ଭକତେ
ଖୋଳ କଂସାଳ ବାଜୁଛି
ଅର୍ପଣ ରଥ ରେ କାଳିଆ ବସିଛି
ହାତ ଠାରି ଡାକୁଅଛି.
ହୋ ଭକତେ
ଗାଁ ଦାଣ୍ଡ କମ୍ପୁଅଛି
ଜୟ ଜଗନ୍ନାଥ ଶବଦ ଶୁଭୁଛି
ହୃଦୟ ପୂତ ହେଉଛି.
ହୋ ଭକତେ
ହୁଳହୁଳି ଶୁଭୁଅଛି
ମା ମାଉସୀଙ୍କ ଅକ୍ଷତ ଗୁଆରେ
ଅର୍ପଣ ହୁଣ୍ଡୀ ପୂରୁଛି.
ହୋ ଭକତେ
କାଳିଆ ଇଚ୍ଛା କରିଛି
ସୁନ୍ଦର ରୂପରେ ଜଗା ଶଙ୍ଖ କ୍ଷେତ୍ର
ମନଲୋଭା ଦିଶୁଅଛି.
ହୋ ଭକତେ
ଆସ ଯିବା ଶିରୀକ୍ଷେତ୍ର
ପରିକ୍ରମା ମାର୍ଗ ଦେଖି ସ୍ଵଚକ୍ଷୁରେ
ପୂତ କରିଦେବା ଗାତ୍ର.






