• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜାଗ୍ରତ ହୁଅ ସୁପ୍ତ ସାଧବ

ଜାଗ୍ରତ ହୁଅ ସୁପ୍ତ ସାଧବ
Share on FacebookShare on Xshare on Whatsappshare on Linkedin
ଡ଼କ୍ଟର ଷ୍ଟାଲିନ ମିଶ୍ର, ଭୁବନେଶ୍ୱର, ୨୬ ଅପ୍ରେଲ ୨୦୨୪

ଜାଗ୍ରତ ହୁଅ ସୁପ୍ତ ସାଧବ ମାତୃଭୁମିର ଟେକ ପାଇଁ,
ପୂରୁବ ଗୌରବ ବୀରତ୍ବର ଗାଥା ଆଉ କଣ ତୋର ମନେନାହିଁ
ପାସୋରିଗଲୁ କି ପୂର୍ବଜ ତୋର ଗଙ୍ଗା ଗୋଦାବରୀ କରିଥିଲେ ଜୟ
ଜଗନ୍ନାଥ ତୋର ଆରାଧ୍ୟ ଦେବତା କରୁତୁ କାହିଁକି ମିଛ ଭୟ
ଧମନୀରେ ତୋର ବହୁଛି ଯାହାର ରକତ ସେଥିଲେ ସମସ୍ତେ ସୁରବୀର
ବକ୍ସି ଜଗବନ୍ଧୁ ଜୟୀରାଜଗୁରୁ ଐର ଖାରବେଳକୁ ତୁ ସୁମନ କର
କଳାରେ ଉତ୍କର୍ଷ ବୋଲି ତୋର ମାଟି ଉତ୍କଳ ରାଇଜ ବୋଲାଇଛି
ସମଗ୍ର ଜଗତେ ତୋର ମାଟି ପରି ଦେଖା ଆଉ କେଉଁ ଦେଶ ଅଛି
ରତ୍ନଗର୍ଭା ମା ମାଟି ଆଜି ତୋର ଶ୍ରୀହୀନ ଲୁଣ୍ଠିତ ନିର୍ଯାତିତ
ଦାୟାଦ ତାର ଆଜି ବିଦେଶୀ ପାଖରେ ମଥାନତ ତଥା ସମର୍ପିତ
ଗୃହବନ୍ଦୀ ତୋର ନରପତି ଆଜି ଅପଙ୍ଗ ଲାଚାର ସମ୍ମୋହିତ
କାଂଚିବିଜୟର ପ୍ରତିଶୋଧ ପାଇଁ ତୁ ଆଜି ଶୋଷିତ ଲୁଣ୍ଠିତ ପ୍ରତାରିତ
ଜାଗ୍ରତ ହୁଅ ସୁପ୍ତ ସାଧବ ସ୍ବାଭିମାନ ତୁମେ ଫେରିପାଅ
ପରପିଢ଼ି ପାଇଁ ଅସ୍ମିତା ବଞ୍ଚାଇ ନୂଆ କୀର୍ତ୍ତିରାଜି ଗଢିଯାଅ
କ୍ରୀତଦାସ ନୁହେଁ ମୋ ଜାତି ଓଡ଼ିଆ ବୀରତ୍ଵଆମର ପରିଚୟ
ପଥର ଦେହରେ ଜୀବନ୍ୟାସ ଦେଇ କରିଛୁ କଳିଙ୍ଗ କିର୍ତିମୟ
ମନ୍ଦିରମାଳିନୀ ସବୁଜ ବନାନୀ ରତ୍ନଗର୍ଭା ତାର ମହୋଦଧି
ଉତ୍କଳ ଜନନୀ ସନ୍ତାନ ଆମେରେ କିଏ ଅଛି ଆମ ପ୍ରତିବାଦୀ
ସ୍ବାର୍ଥ ଭୁଲି ତୁମେ ଗଢ଼ରେ କୋଣାର୍କ ବିଶ୍ୱରେ ଉଡ଼ିବ ବିଜୟବାନା
ପରାକ୍ରମ ଆମ ଜଗତ ଦେଖିବ ଚକିତ ନୟନେ ବ୍ୟର୍ଥ କାମନା
ଜାଗ୍ରତ ହୁଅ ସୁପ୍ତ ସାଧବ ଉଠଉଠ ଆଉ ବେଳ ନାହିଁ
ବୋଇତ ବନ୍ଦାଣ ଉଛୁର ହେଲାଣି ବାଲିଦ୍ୱୀପ ଯିବାପାଇଁ
କେତେ ଆଉ ତୁମେ ଦାଦନ ଖଟିବ ପରରାଇଜରେ ପେଟପାଇଁ
ମାଟି ମା ଆଜି ଡାକୁଛି ତୁମକୁ ସ୍ୱଦେଶକୁ ଫେରି ଆସ ଧାଇଁ

ଡ଼କ୍ଟର ଷ୍ଟାଲିନ ମିଶ୍ର

ଡ଼କ୍ଟର ଷ୍ଟାଲିନ ମିଶ୍ର

ସୂଚନା ପ୍ରଯୁକ୍ତିବିତ୍ ଏବଂ ଲେଖକ

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.