ଆଲୋକ କୁମାର ପ୍ରଧାନ, ପୁରୀ, ୩୦ ଜାନୁଆରୀ ୨୦୨୩
ଏମିତି ବି ଜହ୍ନ ଉଏଁ କେବେ କେଉଁ ଅଚିହ୍ନା ଗଳିରେ।
ଏମିତି ବି ଜହ୍ନ ଲୁଚେ କେବେ କାହା ପଣତ ଛାଇରେ।
ଏମିତି ବି ଜହ୍ନ ହସେ ଜହ୍ନି ଫୁଲ ହସ ସାଥେ ମିଶି।
ଏମିତି ବି ଜହ୍ନ ଦେହେ ହସ ଲାଗେ ଉଆଁସୀ ଉଆଁସୀ।
ଏମିତି ବି ଜହ୍ନ ଲୁଚେ ମେଘମନା ଆକାଶ ଛାତିରେ।
ଏମିତି ବି ଜହ୍ନ କାନ୍ଦେ ଆକାଶକୁ ଜାବୁଡ଼ି ଛାତିରେ।
ଏମିତି ବି ଜହ୍ନ ଦେହେ କେବେ ଦୁଶେ କଳଙ୍କ ର ଦାଗ।
ଏମିତି ବି ଜହ୍ନ ଦେହେ ସଜ ହୁଏ ସଜଳ ବିରାଗ।
ଏମିତି ବି ଆଖିକୋଣେ କେବେ ଜହ୍ନ ଲୁଚିଲୁଚି ବସେ।
ଏମିତି ବି ଜହ୍ନଟାକୁ ମାପିହୁଏ ଉଦାଶ ଆକାଶେ।
ଏମିତି ବି ନିଦ ଭଳି ଚରିଯାଏ ଜହ୍ନ ଟା ଦେହକୁ।
ଏମିତି ବି ଦେହ ହୋଇ ଜହ୍ନ ଗ୍ରାଶେ ଅମୁହାଁ ମନକୁ।
ଜହ୍ନଟାତ ଦେହ ହୁଏ କେବେ ହୁଏ ଦାହର ସୂଚନା।
ଜହ୍ନ ବି ତ ଜହ୍ନ ହୋଇ କେବେ ବାଟେ କରେ ବାଟବଣା।।