ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଡିସେମ୍ବର ୨୦୨୪
ଅକ୍ଟୋପସ ପଞ୍ଝାପରି ରୁନ୍ଧିଦେଇ ଟାଣେ ଅକାତକୁ
ଆଲୁଅ ଗୋଟେଇବାକୁ ଯାଉଯାଉ ଫେରେନି ଘରକୁ
ଫେରିବା ଭୁଲିନି କିଏ ଯେ ଯାଇଛି ଜଞ୍ଜାଳ ଗୋଟେଇ
କି ଉତ୍ତର ଦେଇଛି ସେ “କାହିଁକି ସେ ତା’ର ହୋଇନାହିଁ?”
ପାଦ କି ଫେରିଛି କୁହ କେ ଦେଖିଛି ବୁଲିକି ଛାଇକୁ
କା’ସ ହୋଇନି ଯୋଚା ଛିଣ୍ଡା ଯୋତ ଯୋଚିନି କି ତା’କୁ?
ଦୁଃଖକୁ ବୋଳିନି ଦେହେ ସୁଖ ଆଡ଼େ ଏକ ମୁହାଁ ହୋଇ
ଚାଲିବା ଦେଖିଚି କିଏ ମୁଣ୍ଡରେ ତା ଜଞ୍ଜାଳ ମୁଣ୍ଡେଇ!
ରାତିର ଛାତିରେ ପାଦେ ଆର ପାଦ ଦିନର ଦୁଆରେ
ଠୋକର ଠକି ନାହିଁ କି ଠାରି ଦେଇ ମୁହଁ ସଞ୍ଜଟାରେ
ସଳିତା ଆୟୁଷ ନେଇ ସାରିନି କେ ଭାଗକ ଆୟୁଷ
ଅମୃତକୁ ଆଗେ ରଖି ପିଇନି କେ ଜଞ୍ଜାଳିଆ ବିଷ
ପ୍ରତିଟି ମୋଡ଼େ ଜୀବନ ଜଞ୍ଜାଳର ସାଥେ ଚାଲୁଥାଉ
ଜୀବନର ଦର୍ପଣରେ ଜଞ୍ଜାଳଟା ପାଣିଗାର ହେଉ ।।