• About
  • Contact
Tuesday, May 13, 2025
Tuesday, May 13, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯାତ୍ରା ଗୀତ

ଯାତ୍ରା ଗୀତ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୩ ସେପ୍ଟେମ୍ବର ୨୦୨୨

ସରିଗଲାଣି କେବେଠୁ
ସେମାନଙ୍କ ଯାତ୍ରା
ସେମାନେ ଫେରିଆସିଲେଣି
ନିଜନିଜ ଘରକୁ

ହରିମିଶ୍ରେ ଫେରିଆସିଲେଣି
ମିଶ୍ର ସାହି
ମହାପାତ୍ର ଭାସ୍କର ଗନ୍ତାୟତ
ଗୋସାଣୀ ନୂଆ ଗାଁ
ଜେପି ଦାସ୍ ସୂର୍ଯ୍ୟ ନଗର
ଦେବଦାସ ଛୋଟରାୟ
ଆଲାମ ଚାନ୍ଦ ବଜାର
ବ୍ରଜେନ୍ଦ୍ର ତ୍ରିପାଠୀ ଗ୍ରେଟର ନୋଇଡା

କେଉଁଠିକୁ ଫେରିବି ମୁଁ
କଟକ କି ଲକ୍ଷ୍ନୌ କି ଭଣ୍ଡାରୀପୋଖରୀ
ଉମରକୋଟ କି ଦିଲ୍ଲୀ କି ଶିଲଂ
କି ପୁରୀ ?
କେହି ଡାକୁନାହାନ୍ତି ଫେରିଆସିବାକୁ
ମୁଁ ଅଧା ବାଟରେ ଛିଡ଼ାହୋଇଛି
ଏକୁଟିଆ ଦାରୁଭୂତମୁରାରୀ !

ମୋର କିଛି ସ୍ଥାୟୀ ଠିକଣା ନଥିଲା କାଲି
ନାହିଁ ଆଜି, ଜଣାନାହିଁ ଥିବ କି ନଥିବ
ଆସନ୍ତାକାଲି !!

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ହୃଦୟ ଭାଙ୍ଗିଲେ
Literature

ହୃଦୟ ଭାଙ୍ଗିଲେ

by ଆଲୋକ କୁମାର ପ୍ରଧାନ
May 12, 2025

ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ମଇ ୨୦୨୫ ଗାଧୁଆ ତୁଠର ତୁଠ ପଥରରେ ହଳଦୀବୋଳା ସେ ପାଦ ଅଳତା ଗାରରେ ଗାରେ ପ୍ରେମ ସାଥେ ମୁହଁ...

Read more
ପ୍ରସନ୍ନ କକେଇ (ଭାଗ ୨୬)

ପ୍ରସନ୍ନ କକେଇ (ଭାଗ ୨୬)

May 12, 2025
Desolation is non decipherable

Desolation is non decipherable

May 11, 2025
ଶଙ୍ଖଚିଲ

ଶଙ୍ଖଚିଲ

May 11, 2025
ଭଦ୍ରକ, ସାଳନ୍ଦୀ

ଭଦ୍ରକ, ସାଳନ୍ଦୀ

May 8, 2025
ଜନସେବା

ଜନସେବା

May 6, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.