ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୫
ଭାରତ ମାତା ଗୋଡ଼ରୁ
ଖୋଲିବା ପାଇଁ ବେଡ଼ି
ଆବାଳ ବୃଦ୍ଧ ବନିତା
ଲଢ଼ିଲେ ସବୁ ଛାଡ଼ି.
କିଏ ଲଢ଼ିଲା ସମ୍ମୁଖରେ
ହାତେ କମାଣ ଧରି
କିଏ ଲଢ଼ିଲା ରାଜ ରାସ୍ତାରେ
ସତ୍ୟାଗ୍ରହ ଆଦରି
ରକ୍ତ ବଦଳେ ରକ୍ତ କେ ନେଲା
କରି ଶତ୍ରୁ ସଂହାର
ଥରାଇଲା କେ ଫିରିଙ୍ଗି ହିଆ
କରି ଅହିଂସା ସମର.
ଭାରତ ମା ସନ୍ତାନଙ୍କ
ଦେଖି ଏକତା ଶକ୍ତି
ସମର୍ପି ଦେଲେ ଶାସନ ଭାର
କ୍ରୁର ଇଂରେଜ ଜାତି.
ଆମରି ଦେଶ ହେଲା ସ୍ୱାଧୀନ
ଆମେ ହେଲୁ ସ୍ୱାଧୀନ
ଦେଶର ହିତ ପାଇଁ ଆସରେ
ରଖିବା ସଦା ଧ୍ୟାନ.
ତ୍ରିରଙ୍ଗା ତଳେ ନେବା ଶପଥ
କରିବା ଦେଶ ହିତ
କାୟ ମନ ବାକ୍ୟେ ଗାଇବା
ଜୟ ଜୟ ଭାରତ.
ଜୟ ଜୟ ଭାରତ.