ଆଲୋକ କୁମାର ପ୍ରଧାନ, ପୁରୀ, ୧୦ ଅପ୍ରେଲ ୨୦୨୩
ଏପଟେ ଜୀବନ ଫରଚା ହେଲାଣି ସେପଟେ ମେଘର ମେଳା।
ଏପଟେ ଅନ୍ଧାର ଅନ୍ଧୁରି ଫାଙ୍କରେ ରାତିଠୁ ବହଳ କଳା।
ଏପଟେ ସପନ ଲାଗିଲାଣି ଅବା ବିରାଗଠୁ ବଇରାଗୀ।
ସେପଟେ ସମୟ ଧାଉଁଛି ଅବେଳେ ଥାଳ ଭାଙ୍ଗିଲାଣି ଯୋଗୀ।
ଏପଟେ ନିଅଣ୍ଟ ନିଅଁ ଖୋଳିଲାଣି ସେପଟେ ସୁଖର ଛବି।
ଏପଟେ ଆଞ୍ଜୁଳେ ସୁଖକୁ ନିଅଣ୍ଟ ଦୁଃଖ ଜରିଆରେ ରବି।
ଏପଟେ ପୀରତି ମାଳି ରୁଣୁଝୁଣୁ ସେପଟେ ବିରହ ବାଆ।
ଏପଟେ ଜୀବନ ଜିଏଁ ଗୋଟାପଣେ ସେପଟରେ ଜିଏଁ କା।
ଏପଟେ ଜୀବନ କାନ୍ଧରେ ଝୁଲଇ ମହୁଲିଆ ଗୀତହୋଇ।
ସେପଟେ ଜୀବନ ଗହନ ସରାଗେ ଦୁଃଖ ବୋଝ ବୋହୁଥାଇ।
ଏପଟେ ଜୀବନ ଶାନ୍ତ ଜତୁଗୃହ ଯାତନାର ପରିପାଟୀ।
ସେପଟେ ଜୀବନ ଉଈ ଖିଆ ମନ ମାଟି ପୁଣି ପୋଷେ ମାଟି।
ଏପଟ ହେଉକି ସେପଟ ହେଉ ଜୀବନ ତ ଦି ଦିନିଆ ।
ମିଛ ବଜାରରେ ହାଟୁଆ କଉଡ଼ି ସତ ମିଛର ଦୁନିଆଁ।