ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୯ ଫେବୃଆରୀ ୨୦୨୫
ଜୀବନକୁ ଆସ ସଜାଇ ଦେବି ମୁଁ ଗଙ୍ଗଶିଉଳି ହାରେ
ମନ ମାରି କିଆଁ ବସିଛ ଏମିତି ନିଛାଟିଆ ଅନ୍ଧାରେ।
ପକ୍ଷୀକୁ କହିବି ଗୀତ ଗାଇବାକୁ
ତୁମ ବଗିଚାର ଚିନି ଚମ୍ପାର ଡାଳେ
ଭଲ ପାଇବାର ଚାରା ଗଛଟିକୁ
ପୋତି ଦେବି ତୁମ ସୁବାସିତ ହୃଦୟରେ।
ସେଇ ସୁବାସର କଅଁଳ ପରଶେ
ସ୍ମୃତି ଭରା ମହକରେ
ପଲ୍ଲବିତ ହେବ ପ୍ରୀତିର ପାଖୁଡ଼ା ଏ ଧରଣୀ ଧୂଳି ଘରେ।
ସ୍ନେହରେ ସଜଳ ଟିକି ଚଢ଼େଇଟି
ନୀଡ଼ଟି ରଚିବ ତାର ତୁମରି ଶୋଇବା ଘରେ
ତାହାରି କଣ୍ଠେ ଝଙ୍କୃତ ହେବ
ପ୍ରଭାତି ପ୍ରଣବ ସ୍ୱର।
ସେ ସୁର ମହକେ ମୋ ଟିକି ଅଗଣା
ସରାଗେ ଉଠିବ ପୁରି ଜୀବନ ଭିତରୁ ଜୀବନ ଖୋଜିବି
ସବୁ ଦୁଃଖ ଯିବ ସରି।
ଉଦାସୀନତାରେ ଘାରି ହେଉ ହେଉ
ସମୟ ତ ଯିବ ସରି ଦୁଇଦିନ ଜୀବନରେ