ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୫ ଡିସେମ୍ବର ୨୦୨୨
ଶେଷରେ କବିର ଶବକୁ ବି
କେହି ଛୁଇଁଲେନି ।
ଫୁଲମାଳରେ ପୋତି ହୋଇ ଯାଇଥାନ୍ତା
କବିର ଶବ ।
ଶବାଧାରରେ ଅସଂଖ୍ୟ ବ୍ୟାକୁଳ ଆଖି
ସାରା ଜୀବନ ଜଣେ କବି
କେବଳ ହଜେଇ ଦେଇଥାଏ ସବୁ ଆଜି ଶେଷରେ
କୋଭିଡ଼ରେ ଚାଲିଗଲା ଜୀବନ ।
କବିର ଶବ ଅଛୁଆଁ
ହୋଇ ପଡ଼ିରହିଛି
କୋଭିଡ଼ ହସପିଟାଲରେ ।
ବାରଣ୍ଡାରେ ।