ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୪ ମଇ ୨୦୨୩
ଅପାଶୋରା ଏକ କବିତାର ଧାଡ଼ି
ଖୋଜି ମୁଁ ପାଇଲି ଦିନେ
ଗୋଧୂଳୀ ଲଗନେ କାନପାତି ଶୁଣେ
କବିତାର ନୂଆ ମାନେ ।
କବିତା କି ଏକ ଫଗୁଣ ଗୋଧୁଳୀ
ଭିଜା ଭିଜା ନୀରବତା
ନିଖୋଜ ମନର ସପନ ହକଳା
ସ୍ବତିଭରା ବ୍ୟାକୁଳତା ।
କବିତା ତ କେବେ ମରିପାରେ ନାହିଁ
କବି ମନ ଅଗଣାରୁ
ବାସନ୍ତୀ ମହକ ତଳେ
ଅସରା ପ୍ରୀତିର ଅଲିଭା ଦୀପାଳି ହୋଇ
କବିତା ପାଖୁଡା ଜଳେ ।