• About
  • Contact
Monday, March 23, 2026
Monday, March 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କବିତା ଓ ଆମେ

କବିତା ଓ ଆମେ
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ମାର୍ଚ୍ଚ ୨୦୨୬

କବିତା କବିର ହୃଦୟର କଥା
କେବେ ସେ ସରଳ କେବେ ସମ୍ଭ୍ରାନ୍ତ
କବିତାର ସ୍ୱର ଅଜର ଅମର
ଅଳପ ଶବ୍ଦ ରେ ସିଏ ପ୍ରଶସ୍ତ।
ଶିଶୁକୁ ଶୁଆଏ କବିତା ମା”ର
କି ଅମୃତ ଝରା ତା’ର ମୂର୍ଚ୍ଛନା
ସୁପ୍ତକୁ ଜାଗ୍ରତ କରାଏ କବିତା
ସୁତୀକ୍ଷ୍ଣ ଶବ୍ଦରେ ସେ ଯେବେ ପୂର୍ଣ୍ଣା।
କବିତାର ଶବ୍ଦ ଭୂ ରୁ ଭୂମା କୁ
ହୋଇଯାଇଥାଏ ପରିବ୍ୟାପ୍ତ
ଜୀବଙ୍କ ସତ୍ତାକୁ ଛୁଇଁଯାଏ ତାହା
କରିଦିଏ ଜୀବ ଆତ୍ମାର ହିତ।
କବି ଲେଖେ କେବେ ତାତ୍ତ୍ୱିକ କବିତା
ଲେଖେ ଆଧ୍ୟାତ୍ମିକ ଚେତନା ନେଇ
ନୀତି ଆଦର୍ଶର ବାର୍ତ୍ତାଦେଇ କେବେ
ସଂସ୍କାର ମାର୍ଗକୁ ଦିଏ ଦେଖାଇ।
କବିତା ଲେଖିବା ଯେଉଁପରି ପୂଣ୍ୟ
ପଢିବା ବୁଝିବା ତା ଠାରୁ ପୂଣ୍ୟ
ସେହି କାର୍ଯ୍ୟ କରି ଆସରେ ସଭିଏଁ
ଜୀବନ ଯାତ୍ରାକୁ କରିବା ଧନ୍ୟ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.