ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୪
କାହିଁ ମେଘ କାହିଁ ପ୍ରିୟ ସହଚରୀ ନଈ,
ମୁଁ ସରି ଯାଉଛି ଦିନୁ ଦିନ ଆଜି
ଶୂନ୍ୟ ଆକାଶେ ଚାହିଁ।
ସୁନାର ଝରଣା ଫିଟି ପଡ଼ିଥିଲା
ଚେତନାକୁ ମୋର ଛୁଇଁ
ସେଇ ଝରଣାରେ ଦୋଳି ଖେଳୁଥିଲା
ଫାଲଗୁନ ମଧୁ ଛାଇ
କାହିଁ ଫାଲଗୁନ କାହିଁ ମୋର ପ୍ରିୟ ନଈ
ମୁଁ ସରିଯାଉଛି ତିଳ ତିଳ ହୋଇ
ସଂଜ ଆସୁଛି ନଇଁ।
କାହିଁ ମେଘ କାହିଁ ପ୍ରିୟ ସହଚରୀ ନଈ,
ଦିନକୁ ଦିନ ମୁଁ ସରି ଯାଉଅଛି
ବିନ୍ଦୁଏ ଜଳ ହୋଇ।