ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ଜୁନ୍ ୨୦୨୫
ମୁଁ ଆଉ ଯିଵିନି
କାହିଁକି ବା ଯିବି!
ମୁଁ ଜାଣେ ମୋ ବାଟକୁ
କେହି ବି ଅନାଇ ନଥିବେ
ଜୀବନ ଆଡକୁ ପଛ କରି
ତୁମେ ସନ୍ୟାସରେ ଥିବ।
ସାରାଟା ଜୀବନ
ଅସଜଡ଼ା ହୋଇଗଲା
କେବଳ ଜଣକର ଖିଆଲିରେ
ଶୁଭାକାଂକ୍ଷୀ ମାନେ କହୁଥିବେ।
ମରଣ ସହିତ ଲଢ଼ି ଲଢ଼ି
ବଂଚିବାକୁ ଚାହୁଁଥିବା ସାନ ଭାଇ ପାଇଁ
କି ବିଶ୍ୱାସ ମୁଁ ଆଣି ଦେବି।
ମୋ ପାଇଁ ଏଇ ଅରଣ୍ୟ ହିଁ ଭଲ।
ମୁଁ ଆଉ ଫେରିବିନି
କାହିଁକି ଫେରିବି?