ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୩ ଅପ୍ରେଲ ୨୦୨୩
ସବୁଜ ପତରେ ଟୋପା ଟୋପା ଟୋପା
କାକର ଝରିବା ପରି
ହଂସ ଧ୍ଵନିରେ
ତୁମ ମନେ ଆଜି ମୁଗ୍ଧତା ଯାଏ ଭରି ।
ଫୁଲ ପାଖୁଡ଼ାରେ ରେଣୁ ରେଣୁ ହୋଇ
ମଧୁ ପଡୁଥାଏ ଝରି
ତୁମେ କି ଜାଣିଛ
ସେହି ରେଣୁ ଦିନେ
ଜୀବନରୁ ଯାଏ ସରି ।
ଜୀବନ ଏମିତି ସରି ଯାଏ ଦିନେ
କାକର ବୁନ୍ଦାଏ ପରି
ବିନ ସରିଯାଏ ଅସ୍ତ ଗୋଧୂଳି
ଅନ୍ଧାର ଆସେ ଘେରି ।
ସବୁରି ମାୟାର କୁହୁକ ଭିତରେ
ସ୍ଵପ୍ନ ତ ଅସୁମାରୀ
ସ୍ଵପ୍ନର ଏଇ ସୁରଭି ଭିତରେ
ସଭିଏଁ ହୁଅନ୍ତି ଝୁରି ।