ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୬ ଜାନୁଆରୀ ୨୦୨୩
କେଉଁଠି ଲୁଚିପାରିବି କହିଲ?
ଏତେ ବଡ଼ ପୃଥିବୀରେ
ଲୁଚିବାକୁ ଟୋପେ ଜାଗା ନାହିଁ
ମାଡ଼ି ମକଚି ହେଇ ବଞ୍ଚୁଛି
ଆଉ କେତେ ଦିନ ଚାଲିପାରିବି କହିଲ?
ପ୍ରଜାପତି ପରି ଘୁରି ବୁଲୁଛି ନିବୁଜ କୋଠରୀରେ
ଧକ୍କା ଖାଇ ମରିବା ହିଁ ମୋର ଭାଗ୍ୟ
ସବୁ ରାସ୍ତା ବନ୍ଦ ପଳେଇଯିବାର
ସବୁଠି କିଛି ଆତତାୟୀ
ପ୍ରତିନିଧି କଳା ଶାସନର
ଏବେ ମୋର ଆଲୁଅ ଲୋଡ଼ା
ସବୁଠି ତ ଅନ୍ଧାର
ଲୋଡ଼ା ଆଶ୍ରୟ ନିରାପଦ
ଯେଉଁଠି ମୁଁ ଆନନ୍ଦରେ
ଗାଇପାରିବି ଗୀତ !!