ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ଅପ୍ରେଲ ୨୦୨୪
ଖରା ଗୋଟେ ମଧ୍ଯାନ୍ତର ଫଗୁଣରୁ ଶ୍ରାବଣ ସୀମାରେ।
ସିଏ ପୁଣି ମଧ୍ୟସ୍ବର୍ଗ ଚମ୍ପାଠାରୁ କଦମ୍ବ ପେନ୍ଥିରେ।।
ଖରା ଗୋଟେ ମଧ୍ୟବର୍ତ୍ତୀ ଚରିତ୍ରଟେ ଚଇତାଳି ମେଳେ।
ନିଖୋଜ୍ ସମୟମେଳେ ମାଳେ ଆଣ୍ଟ ସହଜେ ମଉଳେ।।
ମହଳଣ ଛାଇ ଦେହେ ମଝାମଝି ଆଲୁଅର ମେଳା।
ଆବେଗ ସରୁକଟୀରେ ଖରା ଗୋଟେ ବେଗର ମେଖଳା।।
ନିଆଁନେଇ ନିଅଁ ଖୋଳି ସର୍ଜନାର ସ୍ବାଗତିକା ଗାଇ।
ତା ତୂଳୀର ଚିତ୍ରଛାୟା ଚିତ୍ରବନେ ନିଜକୁ ସଜେଇ।।
ସଜ ହୋଇ ସାଜୁଥାଏ ସଜାପରି ଅସହଜ ଲାଗେ।
ଦୁଃଖ-ସୁଖ, ଭଲ-ମନ୍ଦ, ଅନ୍ଧାର ରୁ ଆଲୁଅର ଦିଗେ।।
ଏପାଖେ ସେପାଖେ ଛାଇ ମଝିଟାରେ ଖରାର ସହର।
ଖରଡା ଖରାଛାଇରେ ତାତି ଲାଗେ ପୁରା ଯାଯାବର।।
ଆକାଶରେ ଖରାଥାଉ ଖରାଲାଗୁ ଆକାଶ ଆକାଶ।
ଋତୁ ଆସୁ ଋତୁ ଯାଉ ଖରା ବାସୁ ଖରାଟିଆ ବାସ।।