ଆଲୋକ କୁମାର ପ୍ରଧାନ, ପୁରୀ, ୭ ଅପ୍ରେଲ ୨୦୨୫
ଖୁସି ଆଗନ୍ତୁକ ଆଗତୁରା ଦକ ଦେଇ ଉଭେଇର ନାଆଁ
ଲୁହ ଗାଆଁ ଦୁଃଖ ପ୍ରିୟତମ ସୁଖ ବାହୁଡା଼ ପାଦର ଡିଆଁ
ଝୁଣ୍ଟିଲା ପାଦର ଝୁଣ୍ଟିଆ ତଳରୁ ଦରୋଟି ଦରଜ ଛାଡ଼ି
କିନ୍ତୁ ବିନା କ୍ଲାନ୍ତି ପ୍ରାଣକୁ ଛୁଏଁ କି ଥିଲେ ଥାଉ କଞ୍ଚା କଢି
ବୁନ୍ଦେ ଲୁହ ପରି ଦିହଘଷା ହୋଇ ମନକୁ କିଏସେ କିଳେ
ଯୁଗର ସମ୍ପର୍କ ମୁହୂର୍ତ୍ତ ମୋହରେ କିନ୍ତୁ ଫରୁଆରେ ଢାଳେ
ହୁଡାବାଟ ଦେଇ ହୁରୁଡା ମନକୁ ମୁନେ କିନ୍ତୁ ପାରେ ଟାଳି
କ୍ରମଶଃ.. ଯେତିକି ବୟସ୍କ ହୋଇବ କିନ୍ତୁ ହେବ ଜପାମାଳି
ଶେଷ କଥା ପାଇଁ ଶେଷ ନୀରବତା ଦରୁଟିଆ ଯଦି ହୁଏ
ଲୋଡ଼ା-ଅଲୋଡ଼ାର ସୀମାନ୍ତରେ ଖାଲି କିନ୍ତୁ ଶିର୍ ଶିର୍ ହୁଏ
ପରମାୟୁ ଦେହେ ଶତାୟୁ ମୋହର ଯେତ ଲଗାଉଛ ଲଗା
କିନ୍ତୁ ମିଶିଗଲେ ମନ ଅଳିନ୍ଦରେ ନିଃଶ୍ବାସ କୁ କାଇଁ ଯାଗା??
ବହଳ ବିଶ୍ବାସ ଚହଲା ଚାଲିରେ କିନ୍ତୁ ରହିଲେ କି ଚଳେ?
ସବୁ କିନ୍ତୁ ପାଖେ କୁନ୍ଥୁକୁନ୍ଥୁ ଭାବ ହାତ ପାଆନ୍ତାରେ ମିଳେ।।