ଆଲୋକ କୁମାର ପ୍ରଧାନ, ପୁରୀ, ୧୫ ଜାନୁଆରୀ ୨୦୨୪
କିଛିବାଟ ପହଁରିଲେ ମନ ବୁଝେ ବୁଝେନା ଅନ୍ତର।
ପାଖେ ଥାଇ ଦୁରେ ଥାଏ କାକରରେ ଲାଗିଗଲେ ପର।।
ପର ବି ନିଜର ଲାଗେ ନିଜଠାରୁ ଭରଷା ତୁଟିଲେ।
କୁହୁଡିଆ ଲାଗୁଥାଏ ଆଖିକୋଣେ କୁହୁଡି ମାଖିଲେ।।
ନିଷ୍ପକ୍ଷ ମନଟେ ଧରି ନିଜ ସହ ନିଜେ ଲୋଟୁଥାଏ।
ବାଡ ପରି ବାରିହୁଏ ଛୁଉଁଥିଲେ ଓଦା ଲାଗୁଥାଏ।।
ଇଡିଗଲେ ଆଡହୁଏ ଟାଣପଣ ସବୁ କ୍ଷଣିକରେ।
ପରସ୍ତ ପରେ ପରସ୍ତ ଲୋଟୁଥାଏ ସୂରୁଜ ଛୁଆଁରେ।।
କୁହୁଡିକୁ ପ୍ରେମକରି ପ୍ରେମପକ୍ଷୀ ପରି ପହଁରିବା।
କୁହୁଡିଆ ମନତଳେ କୁହୁଡି ର ଘରଟେ ତୋଳିବା।।
ସେ ଘର ଦାଣ୍ଡ ପିଣ୍ଢାରେ ସ୍ବପ୍ନସବୁ ସଜାଡୁ ସଜାଡୁ।
କୁହୁଡ଼ି କାକରହୁଏ ପଣତରେ ଶୀତ ଝାଡ଼ୁ ଝାଡ଼ୁ।।
କୁହୁଡିକୁ ଦେହେ ମାଖି କୁହୁଡିଆ ଆଖିକୁ ସଜାଡ଼ି।
ଚାଲୁଥିଲେ ବାଟସରେ ସମୟର ଝାପ୍ସା ବାଟ ଛାଡି।।