• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଲକ୍ଷ୍ମୀ

ଲକ୍ଷ୍ମୀ
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ଵର, ୧ ନଭେମ୍ବର ୨୦୨୩

ଆଉ ମାତ୍ର ପାଞ୍ଚ ଦିନ ରହିଲା ମାର୍ଗଶିର ମାସ ର ପ୍ରଥମ ଗୁରୁବାର । ରତିକାନ୍ତ ର ମା ଏଥର ବହୁତ ଖୁସି ଥାଆନ୍ତି । ଯାହା ହେଉ ଏଥର ଆଉ ଶିତ କାକରରେ ଜଡ ସଡ଼ ହୋଇ ନିଜେ ମାଣ ବସାଇବେ ନାହିଁ । ଧାନ ବେଣି ଆଉ ଯାହା ସରଞ୍ଜାମ ସବୁ ଯୋଗାଡ଼ କରି ଦେଇଛି । ବୋହୁ ଟା ଏଥର ପାଖରେ ଅଛି ସେସବୁ କରିଦେବ। ସିଏ ତ ମୋର ଘରର ଲକ୍ଷ୍ମୀ । ତାକୁ ଟିକେ ବତେଇଦେଲେ ପିଠା ପଣା ସବୁ ସିଏ ତାର କରିବ । ମାର୍ଗଶିର ମାସର ସେହି କାଲୁଆ ସିତରେ ଦେହ ଆଉ ମୋର ଥରି ଉଠିବନି । ପୂର୍ବ ଦିନରୁ ବୋହୁ ତାର ଚିତା ପଇତା ସବୁ ପକାଇ ଦେବ । ଆମ ଓଡ଼ିଆ ଘରର ଲଷ୍ମୀ ପୂଜା ପରା ମୁଖ୍ୟ। ବାହାଘର ପର ଠାରୁ ପୁଅ ସହିତ ବାହାରେ ରହୁଥିଲା ବୋହୁ । ଏହି କରୋନା ଗ୍ରାସ କଲା ପରେ ନିଜ ଘରକୁ ଫେରି ଆସି ଅଫିସ କାମ କରୁଛନ୍ତି ପୁଅ ବୋହୂ ଦୁହେଁ । ମାସକୁ ମାସ ବ୍ୟାଙ୍କ ଜରିଆରେ ପଇସା ମଧ୍ୟ ଆସିଯାଉଛି । ମନେ ମନେ ବହୁତ ଖୁସି ହେଉଥାଏ ବିନୋଦିନି ।ଏତେ ଦିନ ପରେ ଭଗବାନ ତା ଦୁଃଖ ଶୁଣିଛନ୍ତି । ଅଗଣାରେ ବସି ସବୁ ପୁରୁଣା କଥା ଗୁଡାକ ମନେ ପକାଉଥାଏ । ରତିକାନ୍ତ ମୋର ଚାଉଳ ମଣ୍ଡାକୁ ଭାରି ଭଲ ପାଏ । ଏଥର ବୋହୁ କୁ କହିବି ତା ପାଇଁ ଟିକେ ନଡ଼ିଆ ପୁର ଦେଇ ମଣ୍ଡା କରିଦେବ । ବାପା ତାର ତହସିଲ ଅଫିସ ରେ ପିଅନ ଥିଲେ। ଆସିଲା ବେଳକୁ ଯାହା ବି ହେଉ ରତିକାନ୍ତ ପାଇଁ କିଛି ଖାଇବା ଜିନିଷ ସବୁଦିନେ ଆଣିଥିବେ। ଯଦି କେଉଁ ଦିନ ଭୁଲି ଯାଇଥିବେ ବିନୋଦିନି ଗାରୁ ଗାରୁ ହୋଇ ବାପା ଙ୍କୁ ତାର କେତେ କଣ ଗାଳି ଦିଅନ୍ତି ।

ହଁ ବିନୋଦିନି ର ବାହାଘରର ଛ ବର୍ଷ ଯାଏ କିଛି ପିଲାପିଲି ନ ହେବାରୁ ଦୁଃଖ ରେ ସବୁ ବେଳେ ମନ ଭିତରଟା ପେଷି ହେଉଥାଏ। କିଏ କହେ ସେଠି କୁ ଯା ସେ ଠାକୁର ହୁକୁମ ଦେଉଛନ୍ତି ।ସେଠାକୁ ଗଲେ ପିଲା ନିଶ୍ଚିତ ହେବ। ଅମକ ଜାଗାରେ କାଟ ପାଣି ମିଳୁଛି ତାକୁ ଟିକେ ପିଦେଲେ ଛୁଆ ରହିବ। ସବୁ କଥା ସମସ୍ତଙ୍କର ମାନିନିଏ । ଡାକ୍ତର ଦେଖେଇବା ବି ଚାଲିଥାଏ । ପରିଶେଷରେ ଯାହା ହେଉ ମା ଙ୍କ ଆଶ୍ରିବାଦରୁ ରତିକାନ୍ତ ଜନ୍ମ ହେଲା । ତା ବାପାଙ୍କ ଖୁସି କହିଲେ ନ ସରେ। ସବୁ ପ୍ରଶ୍ନର ଉତ୍ତର ଯେପରି ସେମାନଙ୍କୁ ମିଳିଗଲା । ବିନୋଦିନି ଦେବୀ ଙ୍କର ସମସ୍ତଙ୍କ ତାତ୍ସଲ୍ୟ ଶୁଣିବା ଟିକେ କମିଲା।କାଲି ଭଳି ଦିନ ଗୁଡା କୁଆଡେ ଚାଲିଗଲା।ଉଙ୍କି ମାରୁଥାଏ ସେ ଅଭୁଲା ଦିନ ସବୁ।ସେଦିନ ବିନୋଦିନି ବାପାଙ୍କୁ ତାର କହିଲେ ମନସ୍କାମନା ତ ପୂର୍ଣ ହେଲା ଏବେ ଯାଇ ଟିକେ ଦାଢ଼ି କାଟି ଆଶ । ସେ ଚୁଟି ଗୁଡା ବି ଫର ଫର ଉଡୁଛି ସେଲୁନ ଯାଇ ଚୁଟି ସାଇଜ ଟିକେ କରିଦିଅ । ହଁ ଶୁଣ ବେଶି ଛୋଟ କରିବନି । ଖୁସି ର ସୀମା ନଥାଏ ଦୁହିଁଙ୍କ ମଧ୍ୟରେ। ସେହି ସ୍ୱଳ୍ପ ପଇସା ମଧ୍ୟରେ ଗାଁ ରୁ ଉଠି ଆସି ବଜ଼ାର ରେ ଘର ଖଣ୍ଡେ କରିଛନ୍ତି । ପୁଅ ର କିଛି ଅସୁବିଧା ନ ହେବା ପାଇଁ ସଦା ଚେଷ୍ଟିତ । ବିନୋଦିନି ସବୁବେଳେ କୁହନ୍ତି ସେ ଆମ କୁଳ ନନ୍ଦନ। ଛୋଟ ବେଳେ ଏତେ କାନ୍ଦିବ ଯେ ରାତି ରାତି ଶୁଆଇ ଦିଏନି । କିନ୍ତୁ ସେହି ଅନିଦ୍ରାରେ ରେ ବି ବାପା ମାଆ ତାର ଦୁହେଁ ବହୁତ ଖୁସି । ଜମାଟ ବାନ୍ଧି ହୋଇଥିବା ବାତ୍ସଲ୍ୟ ସବୁ ଖୁସିର ଝାଳରେ ନିଗିଡି ପଡେ।ବିନୋଦିନି ରାତିକାନ୍ତର ବାପାଙ୍କୁ ସବୁ ବେଳେ କୁହନ୍ତି ଟିକେ ଅପେକ୍ଷା କର ପୁଅ ବଡ ହବ ବଡ ଚାକିରି କରିବ। ତା ପରେ ଆମେ ତା ପାଇଁ ଗୋଟେ ସୁନାଲାଖି ଝିଅକୁ ବୋହୁ କରି ଘରକୁ ଆଣିବା । ସବୁ ଦୁଃଖ ଆମର ପାଣି ପରି ବୋହିଯିବ। ତା ବାପା ଏହା ଶୁଣି ହସି ଦିଅନ୍ତି ।

ଗୁରୁବାର ଦିନ ଦଶଟା ବାଜି ସାରିଲାଣି । ବୋହୁ ଲିନା ଘରୁ ବାହାରିନି ଏ ଯାଏ । ବିକଳରେ ଅନାଇଥାଏ ସେ ବନ୍ଦ କବାଟ କେତେବେଳେ ଖୋଲିବ । ସେହି ମୁହୂର୍ତକୁ ଅପେକ୍ଷା କରିଥାଏ । ପୁଅ ଟା ବି କଣ ତାକୁ ଟିକେ ମନେ ପକେଇ ଦେଉନି ? କାଲି ତ ତାକୁ ବାରମ୍ବାର କହିଥିଲି । ମାଲୋ ଟିକେ ସକାଳୁ ଉଠିବୁ ଆଉ ତୋ ଆଲଣା ରେ ସେହି ମାଣ ବସା ଧଳା ଶାଢ଼ୀଟା ରଖିଛି । ଧୋଇ ପାଧୋଇ ସେହି ଶାଢ଼ୀଟା ପିନ୍ଧି ମାଣ ବସାଇବୁ l ମୁଁ ତୋ ପାଖରେ ରହି ସବୁ ତୋତେ ବତେଇଦେବି । କିନ୍ତୁ କିଛି ସମୟ ପରେ ବୋହୁ ସେହି ହାପ ପ୍ୟାଂଟ ଓ ଟି ସାର୍ଟ ପିନ୍ଧି ବାହାରକୁ ବାହାରି ଜୋମାଟୋ ଵାଲା ଠାରୁ ଖାଦ୍ୟ ପୁଡ଼ିଆ ଧରି ପୁଣି ସେହି ଘର ଭିତରକୁ ଚାଲିଗଲା । ବୋହୂର ତେରେଛା ନଜର ବିନୋଦିନି ଙ୍କୁ ଠିକ ଲାଗିଲାନି । କହୁଥାଏ ଆଜି ଶନିବାର ନୁହେଁ । ଥରେ କହିଥିଲି ଛୁଟି ଦିନ ଛଡା କାହା ସହ ମୁଁ କଥା ହୋଇ ପାରିବିନି । କମ୍ପୁଟର ଆଗରୁ ବର୍ତ୍ତିବାକୁ ଆମକୁ ସମୟ ନାହିଁ । ବିନୋଦିନି ଭିନ୍ନ ଓ ନିଆରା ମଣିଷ ଟିଏ । କୌଣସି କଥାକୁ ଚିମୁଟି ଧରନ୍ତି ନାହିଁ। ତଥାପି ତାଙ୍କ ଉଦାସୀଆ ମନଟା ଆଉ ଚାହିଁ ପାରୁ ନଥିଲା । ଆଞ୍ଜୁଳାଏ ଆପଣା ପଣ ପାଇଁ ଅହଲ୍ୟା ପରି ପଥର ହେବାକୁ ପଡେ।ନିରବ ହୋଇଗଲା ପାଦ ଆଉ ଆଗକୁ ପକାଇ ପାରିଲା ନାହିଁ । ଚତ୍ରୁଦିଗ ଅନ୍ଧକାର ଦିଶିଲା । ପୋଡ଼ିଗଲା ବିନୋଦିନିର ମୁଁହ । ଆଖିରେ ଜଳ ଜଳ ଲୁହ । ଏ କମ୍ପାନୀ ଚାକିରୀ ରେ କଣ ଆମ ପରମ୍ପରା ସବୁ ହଜିଗଲା ନା କଣ।ରତିକାନ୍ତର ବାପା ଠିକ ସବୁ ବୁଝି ପାରୁଥିଲେ। ବସିଥିବା ଜାଗାରୁ ଉଠିଯାଇ ଗାମୁଛାରେ ମୁଁହ ପୋଛୁ ଥାଆନ୍ତି। ଆଜି ଗୁରୁବାର ବାହାର ଜିନିଷ ଗୋଟେ ଦିନ ନଖାଇଥିଲେ କଣ ଚଳି ନଥାନ୍ତା। ଦୀର୍ଘ ନିଶ୍ଵାସ ଛାଡିଲା। ନିଜ ବିବେକ କୁ ନିଜେ ବୁଝାଇବାରେ ବ୍ୟସ୍ତ ହୋଇ ପଡ଼ିଲା ବିନୋଦିନି । ହଁ ରାତି ଦୁଇଟା ଯାଏ କାମ କରିଥିବ। ବୋଧେ ମୋ କହିବା କଥା ଗୁଡାକ ଭୁଲି ଯାଇଛି।

ନିର୍ବାକ ନିଶ୍ଚଳ ହୋଇ ଚାହିଁ ରହିଥାଏ । ବିନୋଦିନିକୁ ଗୋଟେ ବଡ ଝଟକା ଲାଗିଲା।ବେଳେ ବେଳେ ମଣିଷ ମୋହରୁ ମୁକୁଳି ପାରେନି ବୋଲି ତ ପ୍ରତୀକ୍ଷିତ ଦୁଃଖ ଏକ ଅପୂର୍ଣ ଆକାଂକ୍ଷା ଏକ ଅପହଞ୍ଚ ସ୍ୱପ୍ନରେ ମାଡ଼ିଆସେ ଅସରାଏ ବର୍ଷା । ଦୁନିଆ ସତରେ କେଡେ ବିଚିତ୍ର। ନିଜ ବେକ ମୂଳର ଝାଳ ବିନ୍ଦୁକୁ ନିଜ କାନୀରେ ପୋଛି ଆଣିଲା । ଆଖି ପୁରାଇ ଦେଖୁଥାଏ ଆଜି କାଲିର ଲକ୍ଷ୍ମୀ ଙ୍କୁ ।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.