ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୧ ମଇ ୨୦୨୩
ମାଆ ଯେତେବେଳେ ଚଉଁରା ମୂଳରେ
ଦୀପଟିଏ ଦିଏ ଜାଳି
ଦୀପ ଆଲୁଅରେ ମାଆ ମୁହଁ ଦିଶେ
ଗାଁ ଭଗବତୀ ପରି |୧|
ମାଆ ଗାଏ ଯେବେ ନୀରବ ରାତିରେ
ଲତା ଗିରି ବନ ଗିରି
ଶୁଣିଲେ ସେ ଗୀତ ଅମାନିଆ ଲୁହ
ଆପେ ଆପେ ପଡ଼େ ଝରି |୨|
ବୟସ ଭାରରେ ମାଆ ଆଜି ଲାଗେ
ଛୋଟ ଶିଶୁ ଯେଉଁ ପରି
ହସେ ଆଉ କାନ୍ଦେ ଟିକିଏ କଥାରେ
ବସିଥାଏ ମନ ମାରି |୩|