ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୮ ଜୁଲାଇ ୨୦୨୩
ଅଧାବାଟରେ
ସରିଯାଉଛି ଯାତ୍ରା
ଅଧରାତିରେ
ଶେଷ ହେଇଯାଉଛି ସମୟ
ହେଲେ, କାହିଁକି ସରୁନି
ସମୟର ଅଦ୍ଭୁତ ସମ୍ମୋହନ
ଯିବାବେଳ ହେଇନି
ହେଲେ କେହି ଜଣେ ଡାକୁଛି
କେଉଁଠୁ କେଜାଣି ?
ପହଞ୍ଚିଲା ବେଳକୁ
ଘାଟରେ ନା ନାଆ ଅଛି
ନା ନାଉରିଆ !
କେଉଁଠି କିଛି
ଛାଡ଼ି ଆସିଛି ମୁଁ
କିଛି ମନେପଡ଼ୁନି
ଖେଳ ଆରମ୍ଭ ହେଇଗଲାଣି ଅନେକ ଦିନୁଁ
ନିୟମ ବି ମନେପଡ଼ୁନି !