ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୦ ଅପ୍ରେଲ ୨୦୨୫
ମୁଁ ଆସିଲା ବେଳେ
ଯେମିତି ଥିଲା ଶାନ୍ତିନିକେତନ
ସେମିତି ଅଛି।
ଖାଲି ଯାହା ସ୍ୱପ୍ନ ସବୁ
ବୁଣାବୁଣି ହୋଇପଡ଼ିଛି
ଏଣେ ତେଣେ।
ସେଦିନ ବିଦାୟ ନେଇ ଆସିଲା ବେଳେ
ଦମୟନ୍ତୀ ଫେରି ଯାଇଥିଲା ମରିସସ୍।
ରମା ପା ଯାଇଥିଲେ ବଡ଼ଚଣା।
ଆଉ ଥରେ ଶାନ୍ତିନିକେତନ
ଫେରିବାର ସମ୍ଭାବନା ନଥିଲା ମୋର
ତଥାପି ବାପା ଅପେକ୍ଷା କରୁଥିଲେ
ପୂର୍ବ ପଲ୍ଲୀ ଅତିଥିଶାଳାରେ।
ସଂସାର ତା ବାଟରେ ସେମିତି ଚାଲିଲା
ମୁଁ ହଜାଇ ଦେଲି
ସ୍ୱପ୍ନ ସବୁକୁ
ମଝି ବାଟରେ।