ଆଲୋକ କୁମାର ପ୍ରଧାନ, ପୁରୀ, ୨୫ ଡିସେମ୍ବର ୨୦୨୩
ଘୋଡେଇ ଦେଲେ ଦେହକୁ ଲୁଚେ ସବୁ ଚିରାଫଟା ଦାଗ ।
ବୟସର ଭାଙ୍ଗ ଲୁଚେ ଉପରକୁ ଲେଉଟେ ସରାଗ ।।
ଶିରିଶିରି ହୁଏ ଦେହ ଉପରଟା ଚିକ୍ ଚିକ୍ କରେ ।
କାମଚଳା ଦେହଟାରେ କିଛିକାଳ ଜୀବନ ସଞ୍ଚରେ ।।
ସଞ୍ଚରି ଯାଏ ଭିତରେ ଲୁଚିଥିବା ସଜ ଅନୁଭବ ।
ମୁଖରୁ ମୁଖାକୁ କାଢ଼ି କଢ ସାଜେ ଦେହଜ ବିଭବ ।।
ଅନ୍ଧାର ଆଲୁଅ ଖୋଳେ ଶୋଇଥାଏ ନୀରବ ରାତିଟେ ।
ମୁହଁ କାଢୁଥାଏ କେବେ ଚିରିଗଲେ ମନମଲାଟଟେ ।।
ଦ୍ବିପହର ପିନ୍ଧଦେଲେ କେବେକେବେ ସଞ୍ଜସାଞ୍ଜୁ ହଳେ ।
ଗୋଧୁଳି ଧୁଆଁ ବି ଧାଏଁ ମିଶିବାକୁ ଅର୍ଖ ଅସ୍ତାଚଳେ ।।
ଏଇ ଅଛି ଏଇ ନାହିଁ ଭିତରେ ପା ତାଳିପକା ଦେହେ ।
ମଲାଟ ବି ମାଟିହୋଇ ଚୁପକିନା ଆକାଶକୁ ଛୁଏଁ ।।
ମଲାଟ ଆଉଜାଦେହେ ଆଉଜାଇ ହୁଏ ଚିରାମନ ।
ଦାଗର ଦୁନ୍ଦୁଭି ଭିଡ଼େ ନୀରବତା ରଚେ ମନ୍ତ୍ରଗାନ ।।