ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨ ଜୁନ୍ ୨୦୨୪
ମରଣ ତ ଦିନେ ବାହୁଡ଼ି ଯିବ ଗୋ
ତୁମରି ପ୍ରଣୟ ପାଇଁ
ମୁଁ ମରି ପାରିବି ନାହିଁ
ତୁମରି ପ୍ରଣୟ ମୁକୁତା ମାଳାଟି
ମୋ ସହିତ ଥିବ ରହି ।
ତୁମରି ମନର ନୀଳ ଆକାଶରେ
ଅଲିଭା ତାରାଟି ମୁହିଁ
ମରିଗଲା ପରେ ସେମିତି ସେ ତାରା
ଚିରକାଳ ଥିବ ରହି
ମରଣ ତ ଦିନେ ବାହୁଡ଼ି ଯିବ ଗୋ
ମୁଁ ମରି ପାରିବି ନାହିଁ ।
ଭଲ ପାଇବାର ଦୀପଟିକୁ ଆଜି
ଜଳାଇ ରଖୁବା ପାଇଁ
ତମ ମନେ ଦେଖ ଝଟକୁଛି ମୁହିଁ
ପ୍ରଥମ ପ୍ରଣୟ ହୋଇ ।