ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୯ ମଇ ୨୦୨୪
ମେଘ ଫେରିଗଲା ମେଘର ବାଟରେ
ଆଖିଏ ଶ୍ରାବଣ ନେଇ
ସିଝୁବୁଦା ଆଉ ଗୋଡ଼ିବାଣ ଫୁଲେ
କାନ୍ଦୁରା ମୁହଁ ଲୁଚାଇ ।୧।
ମେଘ ଆସିଥିଲା କାହାକୁ ନ କହି
ନାକ ଛବି ମହଁ
ଓଦା ଓଦା କେତେ ପତର ପାଲିଙ୍କି ଦେହେ
ବରଷା ଶାଢ଼ୀରେ ଅଙ୍କା ହୋଇଥିଲା
ମୟୂର ପୁଚ୍ଛର ଛବି
ସାଧବ ବହୁ ବି ଚାହିଁ ବସିଥିଲା
ପାଦରେ ଅଳତା ନାଇ ।୨।
ମେଘ ଫେରିଗଲା ମେଘରେ ବାଟରେ
ଆଖିଏ ଶ୍ରାବଣ ନେଇ।
କାହାକୁ ନ କହି ମେଘ ଆସେ ଯେବେ
ମୋ ଗାଁ ଗୋହିରୀ ଛୁଇଁ
ବରଷା ଟୋପାର ମୁକୁତା ବିନ୍ଦୁରେ
ଦେହ ଆଉ ମନ ଏକାକାର କରି ଦେଇ।୩।