ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଜୁନ୍ ୨୦୨୩
ତୁମେ ଆସିବ ଆସିବ ବୋଲି ମୁଁ ସଜେଇଲି ମୋର ଘର
ତୁମେ ଛୁଇଁ ଦେଲା ପରେ ମୋତେ ମୁଁ ଓଦା ହଲି ସରସର
ତୁମ ବିଜୁଳି ମୋ ଦେହେ କାଇଁ କେତେ କମ୍ପନ ଦେଲା ଭରି
ଦେହେ ଲାଗିଗଲା ନିଆଁ ଯେବେ ମନ ହେଲା ଶିରି ଶିରି।
ଅସରା ମେଘର ଦେହେ ଖେଳି ଚେନେ ବିଜୁଳିର ପ୍ରେମ
ଥିରି ଥିରି ପବନଟା ଛୁଉଁ ଛୁଉଁ ବୁଦ୍ଧି ହୁଏ ବାମ
ମାଳେ ମଉଳା ମେଘଙ୍କ ଦେହେ ଫୁଟେ କେତେ ଦରଫୁଟା ଫୁଲ
ମେଘ ଦେହେ ତାରାଫୁଲ ଲାଗେ ସତେକି ଅମୂଲ ମୂଲ।
କେତକୀବଣିଆ ବାସ ସାଥେ ବାସେ କଦମ୍ବ ରଚିଲା ରାସ
ମନ ତଳେତଳେ ଗଲା ରଙ୍ଗ ରାଇଜ ସାବଜା ହସ
ସେପାଖେ ହସିଲେ ମେଘ ହସେ ଏ ପାଖରେ ଚାଇଁ ଖରା
ବଉଦ ଗଭାରେ ଶୋହେ ମୋତି ମାଣିକ ମନ୍ତୃରା ଚୋରା
ମେଘ ଶବାରୀରେ ଆସେ ଖାଲି ଖୁସିର ଖିଆଲି ବାସ
ମେଘ ମନତଳ ଆଶା ମେଘ ମହକ ଶୀତଳ ହସ।