ଆଲୋକ କୁମାର ପ୍ରଧାନ, ପୁରୀ, ୨୬ ଡିସେମ୍ବର ୨୦୨୨
ତୁମେ କି ଦେଖିଛ ମେଘର ଛାଇକୁ ମୁଁ ଦେଖିଛି ତାର ଛାତି |
ତୁମେ କି ଦେଖିଛ ଅନ୍ଧାର ଛାତିରେ ଅଧାଲୁଚା ଜହ୍ନରାତି ||
ତୁମେ କି ଦେଖିଛ ଧାପେ ଆଲୁଅରେ ଧୂପର ଧୂଷର ଧାସ |
ତୁମେ କି ଦେଖିଛ କରୁଣ ଆଖିରେ କୁହୁଡ଼ିଆ ପୁଷମାଷ ||
ତୁମେ କି ଦେଖିଛ ଚେଇଁଲା ଆଖିରେ ବହଳ ନିଦର ମୁଖା |
ତୁମେ କି ଦେଖିଛ ତାରା ପାଲିଙ୍କି ରେ ଅଧା ଲିଭା ଦୀପଶିଖା ||
ତୁମେ କି ଦେଖିଛ ହାଡୁଆ ହିଡରେ କଅଁଳ କାକର ଦେହ |
ତୁମେ କି ଦେଖିଛ କଂସେ ତୋରାଣି ରେ ହସିହସେଇଲା ମୁହଁ ||
ତୁମେ କି ଦେଖିଛ ଗିନେ ହଳଦୀରେ ଅତିକ୍ରାନ୍ତ ଯବନନ |
ତୁମେ କି ଦେଖିଛ ବହଳ ଲୁହର ପାତଳ ପାତଳ ମନ ||
ତୁମେ କି ଦେଖିଛ ବୟସ ଦେହରେ ଦୁଃଖ ଦରିଆର ସୁଖ |
ତୁମେ କି ଦେଖିଛ ଆଖି ଆଇନାରେ ପୂଣ୍ଯ ରତରତ ପାପ ||
ତୁମେ ଗାଇଛ କି ସେ ଗୀତର ଧାଡ଼ି ଯା’ମୁଁ ଗୁଣୁଗୁଣୁ ଗାଏ |
କେମିତି କହିଲ ପଦଟିଏ ଶୁଣି ମୁଁ ସେ ଗୀତର କିଏ ?