• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ ବନ୍ଧୁ ସଦାଶିବ ମିଶ୍ର (ଭାଗ ୩୩)

ମୋ ବନ୍ଧୁ ସଦାଶିବ ମିଶ୍ର (ଭାଗ ୩୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ଜୁନ୍ ୨୦୨୫

ଆମେ ସ୍କୁଲରେ ପଢ଼ିବା ବେଳେ ପୁରୀରେ ଅନେକଗୁଡ଼ିଏ ଅନୁଷ୍ଠାନ ଥିଲା। ‘ଦାରୁବ୍ରହ୍ମ’ ଥଲା ତା ଭିତରୁ ଗୋଟିଏ। ଦୁଇ ପଟ୍ଟଯୋଷୀ ଭାଇ ସେଠି ଥିଲେ। ଥିଲା ବି ସଦାଶିବ ମିଶ୍ର। ସଦାଶିବର ଘର ଥିଲା ବିମାନବଡୁ ସାହି।

ପୁରୀରେ ଦୁଇପ୍ରକାର ସାହି। ଏକଦା ଏଠି ସାତଟି ମୁଖ୍ୟ ସାହି ଥିଲା। ମାର୍କଣ୍ଡେଶ୍ୱର ସାହି, ବାଲି ସାହି, ହରଚଣ୍ଡୀ ସାହି, ହେରାଗୋହିରି ସାହି, ଗୌରବାଟ ସାହି, ଦୋଳମଂଡ଼ପ ସାହି, ଓ କାଳିକା ଦେବୀ ସାହି। ବୟାଳିଶିଟି ଗଳି। ଏବେ କନ୍ଦିମାନେ ବି ସାହି ନାମରେ ବିଖ୍ୟାତ ହେଲେଣି। ଅନେକ ନୂଆ ବି ଆସିଗଲେଣି।

ପୁରୀର ସାହି ଦି’ ପ୍ରକାର, ମନ୍ଦିର ଆଗପଟ ଓ ମନ୍ଦିର ପଛପଟ। ମନ୍ଦିର ଆଗପଟର ଲୋକେ ଡେରିରେ ଶୁଅନ୍ତି, ଡେରିରେ ଉଠନ୍ତି। ପଛପଟର ଲୋକେ ସଅଳ ଶୁଅନ୍ତି, ସଅଳ ଉଠନ୍ତି। କକେଇ ଏକଥା ଜାଣିଥିଲେ। ସେ ଚାଲିଯିବା ପରେ ଏକଥା ଜାଣିଥିବା ଲୋକେ ପୁରୀ ସହରରେ କେହି ନାହାନ୍ତି।

ପରେ ସଦାଶିବ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକ ହେଲା। ବିମାନ ବଡୁ ସାହିରୁ ପୁରୀ ସହରକୁ ଆସିଲା। ସହରର ପାଣିପାଗରେ ସାମିଲ ହୋଇଗଲା। ଶନିବାର ସାହିତ୍ୟ ସନ୍ଧ୍ୟାରେ ସଂପାଦକ ହେଲା। ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ଗଢିଲା। ତା ପୁଅ ଥିଲା ମୋ ଝିଅର ସମବୟସ୍କ। ପୁଅ ଭଲ ପାଠ ପଢିଲା। ଇଂଜିନିୟର ହେଲା। ବାଂଗାଲୋର ଗଲା। ବଡ଼ ଚାକିରି କଲା। ସଦାଶିବର କଳା ବାଳ ଧୀରେ ଧୀରେ ପାଚିଗଲା। ସେ ଆତ୍ମଜୀବନୀ ଲେଖିଲା। ଚାକିରିରୁ ରିଟାୟାର୍ଡ ହୋଇଗଲା। ଏ ଭିତରେ ସଦାଶିବ ଭିତରେ ଯାହା ବଦଳିଲା ନାହିଁ ତା ହେଉଛି ଜଣେ ସାହିତ୍ୟିକ ଭାବେ ତାର ଅନ୍ୟମାନଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଅନୁରାଗ।

ଏବେ ସଦାଶିବର ଆତ୍ମଜୀବନୀ ପଢୁଥିଲି। ପଢୁ ପଢୁ ଏକବିଂଶ ଶତାବ୍ଦୀର ପୁରୀର ସାହିତ୍ୟ ସଂସ୍କୃତିର ମାନଚିତ୍ରଟିଏ ମୋ ସାମ୍ନାରେ ଆସିଗଲା। ତା ଭିତରେ ମୁଁ ବି କେଉଁଠି ଅଛି। ଏ ଜୀବନୀ ସେ ଅତି ଅନୌପଚାରିକ ଭାବେ ଉନ୍ମୋଚନ କରିଥିଲା ହରିଭାଇନାଙ୍କ ହାତରେ ତାଂକ ଘରେ। ଶୈଳ ଓ ମୁଁ ବି ସେଠି ଥିଲୁ।

ଜଣେ ଲେଖକର ଲକ୍ଷ୍ୟ କ’ଣ? ଗୋଟେ ସୁନ୍ଦର ପୃଥିବୀ ତ? ସଦାଶିବ ସୁନ୍ଦର ପୂଥିବୀଟେ ପାଇଁ ଚେଷ୍ଟା କରିଛି। ନିଜ ବାଗରେ, ନିଜ ଭାବରେ, ଭଗବାନ ବି ତାକୁ ଗୋଟେ ସୁନ୍ଦର ପୃଥିବୀ ତା ଚାରିପାଖେ ଦେଇଛନ୍ତି।

ଆମ ସମୟର ପୃଥିବୀଟି ଅଦ୍ଭୁତ। ଶୀତଳ ଯୁଦ୍ଧ, ରାସାୟନିକ ଯୁଦ୍ଧ, କୂଟନୈତିକ ଯୁଦ୍ଧରେ ଆମ ପୃଥିବୀଟି ଏବେ ବଡ଼ ଅଜଣା ଅଜଣା ଲାଗେ। ଆଗର ପରିଚିତ ପୃଥିବୀ ଏବେ ଅପରିଚିତ।

କେତେ ଲୋକ ହଜିଗଲେ। ଦେବଦତ ଭାଇ, ଗୁରୁଦତ ଭାଇ, ଉଦୟନ, ଶନିବାର ସାହିତ୍ୟ ସଂଧା, ଶୁଭେନ୍ଦୁ ମୁଣ୍ଡ, କମଳାକାନ୍ତ ଲେଂକା, ନାରାୟଣ ଶତପଥୀ, ପଦ୍ମଚରଣ ସାମନ୍ତସିଂହାର, ଫକୀର ମିଶ୍ର, ନନା, ଗୋବିଂଦ ତ୍ରିପାଠି, ଶରତ କର, ସେକ୍ ମତଲୁବ୍ ଅଲ୍ଲୀ ଓ ପ୍ରଦୀପ ମହାରଥୀ। ସଦାଶିବ ଓ ମୁଁ ଏଇ ସମୟର ସାଂବାଦିକ।

ତସ୍‌ବିର ବନାତା ହୁଁ, ତସ୍‌ବିର ନେହିଁ ବନତି, ତସ୍‌ବିର ନେହିଁ ବନତି।

ବହୁ ଚିତ୍ର ଅଙ୍କା ସରିଛି। ମନଲେଖା ଚିତ୍ରଟିଏ ଆଂକି ହେଉନାହିଁ। ମୁଁ ସେଇ ଚିତ୍ର ଆଙ୍କିବାର ଭଦ୍ୟମରେ-

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.