ଆଲୋକ କୁମାର ପ୍ରଧାନ, ପୁରୀ, ୩ ଅପ୍ରେଲ ୨୦୨୩
କେଉଁ ଭରସାର ଭସାମେଘ ବୁକେ ସ୍ୱତନ୍ତ୍ର ଆଜି ମୁଁ କୁହ।
ସଢ଼େଇକଳା ର ଶୁଖୁଲା ଆଖୁ ରେ ଏବେ ଢେଉମାରେ ଲୁହ।
କେଉଁ ସରାଗର ସରଗି ତୁଠରେ ଶିରିପା ମୁଣ୍ତରୁ ଗଲା।
କେଉଁ ସରାଗର ଶ୍ୟାମଳିମା ଦେହେ ଶିର ସ୍ତ୍ରାଣ ବୁଡ଼ିଗଲା।।
ଥିଲା ଥୁଲା ପରି ଲାଗେ ସିନା ସିଏ ନ ଥୁଲା ଦୁଃଖ ରେ ମରେ।
ଛିଣ୍ଡା ପଣତର ଅଛିଣ୍ତା ଛାଇରେ ଆହା ହୋଇ ଦେହଧରେ।
ସେ ପରା ସଜାଡ଼େ ଅଧା ଦେହଟା ରେ ଅମରାବତୀ ର ଆଶା।
ଗୋଦାବରୀ ଠାରୁ ଗଙ୍ଗାନଦୀ ଯାଏ ଫେରିବ ଓଡ଼ିଆ ଭାଷା। ।।
ଯେଉଁଠି ଖେଳିବ ପାହାଡ଼ି ପବନ ସାଗରକୁ ଛୁଇଁ ଛୁଇଁ।
ସେଇଠି କବିଟେ ଗାଉଥୁବ ଗୀତ ଗୀତଗୋବିନ୍ଦ କୁ ନେଇ।
ବର୍ଷା ବାଉଥୂବ ମୋହନ ବଇଁଶୀମୋ’ ନଦୀ କଣ୍ଡିଆ ଧାରେ।
ଯେଉଁଠି ମୋ ଜାତି ମହାଶୋଷଟିଏ ଜ୍ଞାନ ଗାରିମା ର ଧାରେ।।
ସ୍ୱତନ୍ତ୍ର ମୋ ରାଜ୍ୟ, ସ୍ୱତନ୍ତ ମୋ ଭାଷା, ସ୍ୱତନ୍ତ୍ର ଉକ୍ରଳ ଭୂଇଁ।
ଯେଉଁଠି ଓଡ଼ିଆ ନିଇତି ଜାଳଇ ଭାଷା ଭାବରେ ଊହ୍ନେଇ ।।