• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିରବରେ

ନିରବରେ
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩୦ ମାର୍ଚ୍ଚ ୨୦୨୪

କେବେଠୁ ନିରବରେ ଝିଟିପିଟି
ବଞ୍ଚେଇ ଚାଲିଛି ଜୀବନ
କାନ୍ଥରେ
ଓ ମୁଁ ମୋ ଶୋଇବା ଘରେ

ଆମେ ଦୁହେଁ ଏକା ପଥର ଯାତ୍ରୀ
ଅନେକ ଦିନରୁ
ଫରକ୍ ଏତିକି
ତାକୁ ଲାଞ୍ଜ ଛାଡ଼ି ପଳେଇବା
ମୋତେ ନିଜକୁ ବଞ୍ଚେଇବା
ଜଣା ନାହିଁ

ଝିଟିପିଟି ଡାହାଣପଟେ ପଡିଲେ
ହୁଏ ରାଜଯୋଗ
ଏକଥା କୁହନ୍ତି ଜ୍ୟୋତିଷ
ଅନ୍ଯ କୋଉଠି କି କି ଯୋଗ ବି ଥାଏ
ମୋର କିଛି ଯୋଗ ହୁଏନି
କିଛି ଘଟେନି ଆକସ୍ମିକ
ରାଜଯୋଗ କି
ପ୍ରଜା ଯୋଗ, କି ଭୋଗ
ଦୁର୍ଯୋଗ ସବୁବେଳେ ଥାଏ ମୋ ସାଙ୍ଗରେ
ଓ ମୁଁ ତାକୁ କାନ୍ଧରେ ବୋହି
ବିକ୍ରମାଦିତ୍ୟ ହୋଇ ଆଗକୁ ବଢୁଥାଏ
ବେତାଳ ସାଙ୍ଗେ ସାଙ୍ଗ ହୋଇ

ଏମିତି ସବୁବେଳେ ଘଟୁଥାଏ
ନିରବରେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.