ଆଲୋକ କୁମାର ପ୍ରଧାନ, ପୁରୀ, ୨ ଅକ୍ଟୋବର ୨୦୨୩
ପାପର ପସରା ମୋର ସରିବାର ନାମ ନିଏ ନାହିଁ
ପାଦବୁଡ଼ା ପାପ ତୁଠେ ପୂଣ୍ୟ ପଦ୍ମ ମୁହଁ ଢାଙ୍କୁଥାଇ
ବିବେକ ମୋ ଶୁଳୀପରେ ଅଧାଭଙ୍ଗା ମୋ ପାରିଲାପଣ
ସବୁଠୁଁ ନିଆରା ଲାଗେ ଅରଜିଲା ମୋ ହାରିଲାପଣ ।
ଜିତିଛି କେତେ ମୁଁ ଅବା ହାରିଛି ମୁଁ ଦହଗଞ୍ଜ ହୋଇ
ପାଦଟେ କାଢିଛି ବୋଲି ଫେରିନି ମୁଁ ଏକମୁହାଁ ହୋଇ
ଫେରିଲା ବାଟକୁ ଭୁଲି ଯେତେ ବାଟ ଆସିଲି ଏଯାଏଁ
ପାଦକୁ ଦେବି କି ଦୋଷ ପାଦର ବା କିବା ଆସେ ଯାଏ।
ଭୀଷ୍ମ ପରି ଶଯ୍ୟା ଲୋଡ଼ି ଶୋଇଛି ମୁଁ ଦ୍ଵନ୍ଦ ଶଯ୍ୟା ପରେ
ମାପିଚୁପି ମରିଚି ମୁଁ ଘଟୋକ୍ତଚ ପରି ଜୀବନରେ
ବଞ୍ଚିବାଟା ଦୀର୍ଘଶ୍ୱାସ ଚୁପଚାପ୍ ମୁହୂର୍ତ୍ତ ମୁହୂର୍ତ୍ତ
ପଦ୍ମତୋଳା ମାନିବାକୁ ପାଦ ମୋ’ର ମାନୁଥିବା ସର୍ତ୍ତ
ପାଦକୁ ପଦୁଟେ ଥୁଆ ଯେତେ ଯତ୍ନେ ପକାଅବା ପାଦ
ଜୀବନ ପା ନାଗଫାଶ ଉଜ୍ଜୀବିତ ନିନ୍ଦାର ବାରୁଦ।।