ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୦ ଜାନୁଆରୀ ୨୦୨୩
ମୁଁ ପଛେ ଚାଲିଯିବି, ଫେରିଯିବି
ଫେରିବାକୁ ଦେଇପାରିବିନି ତତେ
ମୋ ଝିଅ
ମୁଁ ପଛେ ହଜିଯିବି
ଜନାରଣ୍ଯରେ
ହେଲେ, କେମିତି ହଜିବାକୁ ଦେଇପାରିବି ତତେ
କହ?
ସପ୍ତାହ ସପ୍ତାହ ସରିଯାଏ
ବିତିଯାଏ ଜୀବନ
ମୋ ଆଖିରେ ନିଦ ନାହିଁ
ଆସେନି ବି ସପନ
ଆଖିରେ ଆସେନି ଲୁହ
ଏମିତି ଗୋଟେ ବାଟ
କେବେ ସରିବ କେଜାଣି
ପ୍ରଶ୍ନ ବିଚଳିତ କରୁଥାଏ ମତେ
ଅହରହ
ଅଭିନୟ ଜାଣେନି ମୁଁ
ନିରବରେ ଦୀର୍ଘଶ୍ୱାସ ତୋଳେ
ଅସହାୟ !