• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପତ୍ରକାରର ପେନସନ

ପତ୍ରକାରର ପେନସନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୩

ସାମ୍ବାଦିକ ବାପୁଡ଼ାର
ନାହିଁ ଏଠି pension
ବୟସ ଷାଠିଏ ପରେ
ବଢ଼େ ତା’ର tension
ଝିଅ ବାହାଘର ଆଉ
ପୁଅର education
ତା’ ସହିତ ଘର ଭଡ଼ା
ପୁଣି ମାସିକ ration
ଖର୍ଚ୍ଚ କଥା ଚିନ୍ତା କରି
ବଢ଼ି ଯାଏ depression
ଡ଼ାକ୍ତର ଲେଖି ଦିଅନ୍ତି
ଅତି ଲମ୍ବା prescription
ଚାକିରୀ ହୁଏନି ସ୍ଥାୟୀ
ବଢ଼ୁ ଥାଏ probation
କେମିତି ମିଳିବ ତାକୁ
ନିଯୁକ୍ତିରେ promotion ?
ଉପରୁ ଆଦେଶ ମିଳେ
ନ୍ୟୁଜ କର sensation
ଅସୁବିଧା ଉପୁଜିଲେ
ଚାକିରିରୁ termination
ସହରରେ ଚାଲିଥାଏ
ଅହରହ modernization
ଖୋଜି ପାଏ ନାହିଁ ସିଏ
ମନ ଲାଖି accommodation
ପ୍ରଗତିର ଧ୍ୱଜା ଉଡ଼େ
ହଟେନି starvation
ଅଶାନ୍ତି ଜମାଟ ବାନ୍ଧେ
ତା’ମନେ ଜାଗେ revolution
କମ୍ପୁଟରାଇଜେସନ ଜରିଆରେ
ଗତିଶୀଳ up-gradation
ତେଣୁ ଏହି ବୃତ୍ତିରେ ଘଟିଚାଲେ
ଘନ ଘନ mutation
ସବୁଆଡ଼େ ଚାଲୁଅଛି
ପିସି ଆଉ commission
ପାଲଟିଛି ଏହା ପରା
ଏଯୁଗର tradition
କିଛି କରନ୍ତି ଉପୁରି
ବିକି ଏହି profession
ତାଙ୍କ ପାଇଁ ଏ ପେଶାର
ନଷ୍ଟ ହୁଏ reputation
ଅର୍ଥ ଆହରଣ ପରା
ସେମାନଙ୍କ obsession
ଜନସେବା ନାହିଁ ଆଉ
ଏହି ବୃତ୍ତିର mission
ନାମୀ ପତ୍ରକାର ହେବ ପାଇଁ
ରହିଥାଏ ambition
ସେଥିରେ ଅସଫଳ ହେଲେ
ମାନେ ଆସେ frustration
ଚଉଦ ନିର୍ବାଚନରେ
ହୋଇଥିଲା declaration
ଏବେ ସୁଦ୍ଧା ପେନସନର
ହେଉ ନାହିଁ germination
ପେନସନ ପ୍ରତିଶୃତି
ନହେବାରୁ implementation
ଅସନ୍ତୋଷ ଦାନା ବାନ୍ଧି
ବାଟ ଖୋଜେ eruption
ଦୁଶ୍ଚିନ୍ତାରୁ ମୁକ୍ତି ପାଇଁ
ସେ କରି ବସେ meditation
ଏଭଳି ହେଉଛି ପରା
ସାମ୍ବାଦିକର evolution
ଥରେ ଏମେଲେ, ଏମପି. ହେଲେ
ଆଜୀବନ pension
ତିରିଶ ବର୍ଷ ଖଟି ମଧ୍ୟ
ତା’ ପେନସନରେ ଲାଗେ restriction

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ବର୍ଷା ଭିଜା ରାତି
Literature

ବର୍ଷା ଭିଜା ରାତି

by ପ୍ରଭୁକଲ୍ୟାଣ ମହାପାତ୍ର
August 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬ ବର୍ଷା ଭିଜା ଅନ୍ଧାର ରାତିରେ ମନେ ମୋର ରୋମାଞ୍ଚ ଜାଗେରେ ତୁମେ ସଖୀ ନଥିଲେ ପାଖରେ ଚିତ୍ତ ଭରେ...

Read more
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.