• About
  • Contact
Wednesday, August 19, 2026
Wednesday, August 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପଟୁଆର

ପଟୁଆର
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୯ ଅଗଷ୍ଟ ୨୦୨୩

ବୟସ ବଢିଚାଲେ ହଠାତ୍ ଅବସର ପରେ
ବିଗତ ଯୌବନ। ପତ୍ନୀ ବି ମନେ ହୁଅନ୍ତି
ଷୋଡ଼ଶୀ ପ୍ରେମିକା ପରି ଲୋଭନୀୟ ଓ
ସୁନ୍ଦର, ମନୋମୁଗ୍ଧକର
ଚାକିରି କାଳ ସରିଗଲେ
ମନେପଡ଼େ ପୁରୁଣା କୋଠରୀ
ଚଉକି, ଫାଇଲ୍ ଓ ଦରବାର

କେଉଁଠି ଥାଏ ଜୀବନଯାତ୍ରାର ଦୌଡ଼
କାହିଁକି ଥମିଯାଏ ଅଚାନକ୍ ଭିଡ଼
ଚାରିପଟେ ବହୁଦିନୁ ଘୁରିବୁଲୁଥିବା
ରଙ୍ଗୀନ୍ ମହୁମାଛିମାନେ
ହଠାତ୍ ବନ୍ଦ କରି ଦିଅନ୍ତି ଗୁଣୁଗୁଣୁ
ଅବସର ପରେ କାହିଁକି ଯେ ନିସ୍ତବ୍ଧ ହୋଇଯାଆନ୍ତି ପ୍ରିୟତମ ସହରର ସବୁସ୍ଵର !

ତା’ପରେ ଛକମାନଙ୍କରେ
ଚା’ ଦୋକାନ ଆଡ୍ଡାରେ ବହି ଓ କଲମ ଧରି
ମିଳନ୍ତି ଗତ ଶତାବ୍ଦୀର
କିଛି ହଜିଯାଇଥିବା ଚଢ଼େଇ
ବିଗତ ଫୁଲମାନେ ଉଙ୍କି ମାରୁଥାନ୍ତି
ଝରକାରୁ, ନିଜ ନିଜ ବ୍ୟକ୍ତିଗତ ଇଲାକାରୁ
ପୁରୁଣା ଟୋପି ଓ କୋଟମାନଙ୍କୁ ପିନ୍ଧି
ଚୁପଚାପ୍ ଚାଲିଥାଏ
ଗୋଟେ ବାହୁଡ଼ା ଯାତ୍ରାର ପଟୁଆର !

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.